ସରକାରୀ ଜମି ଜବର ଦଖଲକୁ ନେଇ ଉତ୍ତେଜନା

ହାଟଡ଼ିହି, (ସୌମ୍ୟରଞନ): ହାଟଡିହି ବ୍ଲକ ସରଳା ଗ୍ରାମରେ ସରକାରୀ ଜମି ଜବରଦଖଲକୁ ନେଇ ଦୁଇପରିବାର ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ଏନେଇ ପୁଲିସରେ ଅଭିଯୋଗ ହେବାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପରିବାରକୁ ଥାନାକୁ ଡକାଇଛି । ଖବରରୁ ଜଣାଯାଇଛି ଯେ ଗ୍ରାମର ଅନେକ ଲୋକ ସରକାରୀ ଜମି ଜବରଦଖଲ ରେ ଅଛନ୍ତି । ସୁରେନ୍ଦ୍ର ପରିଡା ନାମକ ଜଣେ ବ୍ୟକ୍ତି ପୋଖରୀ ହୁଡାରେ ଏକ ବାଡଘେରାକରି ପନିପରିବା ଚାଷ କରୁଥିବାବେଳେ ସମ୍ମୁଖରେ ଥିବା ଲିଟୁ ମହାପାତ୍ର ମଧ୍ୟ କିଛି ସରକାରୀ ଜମି ଘେରାଉ କରି ରଖିଛି । ସୁରେନ୍ଦ୍ରଙ୍କ ଘେରାରେ ଏକ ବରଗଛ ଡାଳ ଭାଙ୍ଗି ପଡିଥିବାବେଳେ ସୁରେନ୍ଦ୍ରଙ୍କ ପରିବାର ଲୋକେ ଏହି ଡାଳଟିକୁ ଆଜି ହାଣୁଥିଲେ । ଏହାକୁଦେଖି ଲିଟୁଙ୍କ ପରିବାର ଲୋକେ ବିରୋଧ କରି ଏହା ଆମର ତୁମେ ହାଣିପାରିବ ନାହିଁ ବୋଲି ବିରୋଧ କରିବାରୁ ଉଭୟଙ୍କ ପରିବାର ମଧ୍ୟରେ ଝଗଡା ଲାଗିବା ସହ ଉତ୍ତେଜନା ବୃଦ୍ଧି ପାଇଥିଲା । ଲିଟୁ ଏନେଇ ନନ୍ଦିପଦା ଥାନାରେ ଅଭିଯୋଗ କଲାପରେ ଥାନା ଏ.ଏସ.ଆଇ ଡମ୍ବରୁଧର ମହାନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଉଭୟ ପରିବାରକୁ ଥାନାକୁ ଡକାଇଛନ୍ତି । ଏହାକୁ ନେଇ ଗ୍ରାମରେ ଅସନ୍ତୋଷ ଦେଖା ଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ