ସରକାରୀ ଜାଗାରୁ ପୋଷ୍ଟର ଓ ବ୍ୟାନର ହଟାଇଲା ପ୍ରଶାସନ
ନାଉଗାଁ, (ଓ୍ବାଇଏନ୍ଏସ୍) : ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ନାଉଗାଁ ବ୍ଲକ ପ୍ରଶାସନ ପକ୍ଷରୁ ରାସ୍ତାରେ ଲଗାଯାଇଥିବା ବିଭିନ୍ନ ଦଳୀୟ ପୋଷ୍ଟର, ବ୍ୟାନର ସହିତ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲଗାଯାଇଥିବା ବ୍ୟାନର ଓ ହୋର୍ଡିଂକୁ ହଟାଯାଉଛି । ଯଦି କୌଣସି ସରକାରୀ ବିଜ୍ଞାପନ ବ୍ୟାନରକୁ ଚିରିବା ବା ହଟାଇବାରେ ଅସୁବିଧା ହେଉଛି । ଉକ୍ତ ଫଟୋଚିତ୍ରରେ ଧଳା ରଙ୍ଗ ଲେପନ କରାଯାଉଥିବା ଦେଖିବାକୁ ମିଳିଛି । ବ୍ଲକ ପ୍ରଶାସନ ପକ୍ଷରୁ ବିଡିଓ ରଶ୍ମୀରେଖା ମଲ୍ଲିକଙ୍କ ନିର୍ଦ୍ଦେଶକ୍ରମେ ଜିପିଇଓ ଦିନେଶ ରାୟ ଓ ଅନ୍ୟ କର୍ମଚାରୀ ପଦକ୍ଷେପ ନେଉଥିବା ବେଳେ ତହସିଲଦାର ଜେ.କଳ୍ପନାଙ୍କ ଉପସ୍ଥିତରେ ବିଭାଗୀୟ କର୍ମଚାରୀମାନେ ବିଭିନ୍ନ ସ୍ଥାନରୁ ହୋର୍ଡିଂ ଗୁଡିକ ହଟାଉଥିବା ଦେଖିବାକୁ ମିଳିଥିଲା ।