ସରକାରୀ ଜାଗାରୁ ହଟିଲା ବ୍ୟାନର, ପୋଷ୍ଟର
ବେଗୁନିଆ (ଜୁଗାବ୍ଦ ନ୍ୟୁଜ୍):ମଙ୍ଗଳବାର ଦିନ ଗୋଟାଏରେ ପ୍ରଚଣ୍ଡ ରୌଦ୍ରତାପରେ ବେଗୁନିଆ ବ୍ଲକ୍କୁ ଆସିଥିବା ୨ଟି ଫ୍ଲାଇଂସ୍କ୍ୱାର୍ଡ ଟିମ୍ ଚକାପଦାଠାରୁ ସାରୁଅ ପର୍ଯ୍ୟନ୍ତ ଛକ ଯାଗାମାନଙ୍କରେ ସରକାରୀ ଯାଗାରେ ଲାଗିଥିବା ବିଭିନ୍ନ ଦଳର ପୋଷ୍ଟର ବ୍ୟାନର ପତାକା ଆଦି ହଟାଇ ତଳେ ପକାଇଦେଇଥିବା ବେଳେ ବିଭିନ୍ନ ଯାଗାରେ ହେଇଥିବା ୱାଲପେଟିଂକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଲିଭାଇଛନ୍ତି । କିନ୍ତୁ ଅନେକ ସରକାରୀ ଯାଗାରେ ୱାଲ ପେଟିଂ ସହିତ ପତାକାଗୁଡ଼ିକ ବନ୍ଧା ହୋଇଥିବା ଦେଖିବାକୁ ମିଳୁଛି ।


