ସରକାରୀ ଜାଗା, ନାଳ ଅବରୋଧ ଯୋଗୁ ନିଷ୍କାସିତ ହୋଇପାରୁନି ପାଣି

ବନ୍ତ,(ଚାନ୍ଦିନୀ ମହାନ୍ତି) : ସରକାରୀ ଜାଗା ଓ ନାଳ ଅବରୋଧ ଯୋଗୁ ବନ୍ତ ବ୍ଳକ ଟିଲୋ ପଞ୍ଚାୟତ ଶାଳକଣିଆ ଛକ ଠାରେ ରାସ୍ତା ବୁଡି ପାଣି ଚାଲିବା ସହ ରାସ୍ତା ନଷ୍ଟ ହେବା ଆଶଙ୍କା ପ୍ରକାଶ ପାଇଛି । ପ୍ରକାଶ ଯେ, ବନ୍ତ ତହସିଲ ଅଧିନ ଶାଳକଣିଆ, ବାଙ୍ଗୋରପଦୀ, ସଖିପାଟଣା ମୌଜାର ଚକ ରାସ୍ତା ଓ ନାଳକୁ କେତେକ ଚାଷୀ ଅବରୋଧ କରିଥିବାରୁ ପାଣି ନିଷ୍କାସନ ହୋଇନପାରି ପ୍ରାୟ ଶହେ ଏକର ଚାଷ ଜମି ଜଳମଗ୍ନ ହୋଇ ଫସଲ ନଷ୍ଟ ହେବା ଆଶଙ୍କା ପ୍ରକାଶ ପାଇଥିଲା । ଚାଷୀ ମାନଙ୍କ ଅଭିଯୋଗ କ୍ରମେ ବନ୍ତ ଆଇଆଇସି ମିନା ବିନ୍ଧାଣୀ ପାଣି ପଞ୍ଚାୟତର କର୍ମକର୍ତ୍ତାଙ୍କୁ ଡକାଇ ନିଷ୍କାସନ ନାଳ ତିଆରି କରାଇଥିଲେ । ଶାଳକଣିଆ ମୌଜା ଅଧିନରେ ଥିବା ଚାଷ ଜମିର ପାଣି ନିଷ୍କାସିତ ହୋଇ ଶାଳକଣିଆ ଠାରେ ପହଂଚି ଥିଲା । ମାତ୍ର ସେହି ସ୍ଥାନରେ ଜନୈକ ବ୍ୟକ୍ତି ମହିଳା ସମିତି ଜାଗା ଉପରେ କଂକ୍ରିଟ୍ ଗେଟ୍ କରି ପାଣିକୁ ଅବରୋଧ କରିଛନ୍ତି । ଫଳରେ ରାସ୍ତା ବୁଡି ଯାତାୟତରେ ସମସ୍ୟା ସୃଷ୍ଟି ହୋଇଛି । ପୋଲିସ ଉପସ୍ଥିତିରେ ପାଣିକୁ ନିଷ୍କାସିତ କରାଯାଇଥିବା ବେଳେ ବର୍ତ୍ତମାନ ନାଳକୁ ଅବରୋଧ କରାଯାଇଥିବାରୁ ପାଣି ନିଷ୍କାସିତ ନହୋଇ ଭୁବନେଶ୍ୱରପୁର ଶାସନ ଆର୍‌.ଡି.ରାସ୍ତା ବୁଡିଯାଇଛି । ଫଳରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ରାସ୍ତା ନଷ୍ଟ ହେବା ଆଶଙ୍କା ପ୍ରକାଶ ପାଇଛି । ବ୍ଲକ ତଥା ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ