ସରକାରୀ ଟେକ୍‌ନିକାଲ ହାଇସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ

ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ବ୍ଳକ ଅଧିନସ୍ଥ କଲେଜଛକସ୍ଥିତ ଅତି ପୁରାତନ ସରକାରୀ ଟେକ୍‌ନିକାଲ ହାଇସ୍କୁଲର ୩୨ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି । ଆସିକା ସରକାରୀ ଟେକ୍‌ନିକାଲ୍ ହାଇସ୍କୁଲର କ୍ରୀଡା ଶିକ୍ଷକ କୈଳାଶ ଗୌଡଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଗତକାଲି ଠାରୁ ଆରମ୍ଭ ହୋଇଥିବା ଏହି ବାର୍ଷିକ କ୍ରୀଡା ପ୍ରତିଯୋଗିତାର ଉଦ୍‍ଯାପନୀ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନ ପ୍ରଧାନଶିକ୍ଷକ ପ୍ରତାପ କୁମାର ମହାପାତ୍ର ଯୋଗଦେଇ ଛାତ୍ର ମାନେ ପାଠପଢା ସହ ଖେଳକୁଦ ପ୍ରତି ଗୁରୁତ୍ୱ ଦେଲେ ଉଲ୍ଲେଖନୀୟ ସଫଳତା ହାସଲ କରିବା ସାଙ୍ଗକୁ ଶାରିରୀକ ଓ ମାନସିକ ସ୍ତରରେ ସୁସ୍ଥ ରହିପାରିବେ ବୋଲି ମତବ୍ୟକ୍ତ କରି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ସରକାରୀ ଟେକ୍‌ନିକାଲ ହାଇସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅବସରରେ ନବମ ଶ୍ରେଣୀରୁ ଦଶମ ଶ୍ରେଣୀରେ ଅଧ୍ୟୟନରତ ଥିବା ପ୍ରାୟ ୪୦୦ ରୁ ଉର୍ଦ୍ଧ୍ୱ ବିଦ୍ୟାର୍ଥୀ ଦୌଡ, ଲମ୍ବାଡିଆଁ, ଉଚ୍ଚଡିଆଁ, ଡିସ୍‌କସ୍ ଥ୍ରୋ, ସଟ୍‌ଫୁଟ୍ ଥ୍ରୋ, କବାଡି, ଖୋଖୋ, କ୍ରିକେଟ୍‍, ବ୍ୟାଡମିଣ୍ଟନ, ମ୍ୟୁଜିକ୍‍ ଚେୟାର୍‍ ଭଳି ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଉଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା କଲେଜଛକ ସ୍ଥିତ ଟେକ୍‍ନିକାଲ୍‍ ହାଇସ୍କୁଲର ୩୨ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତାର ଉଦ୍‍ଘାଟନୀ ଦିବସରେ ଛାତ୍ରଛାତ୍ରୀମାନେ ମା ଶୀତଳେଇଙ୍କ ମନ୍ଦିରରେ ପୂଜାର୍ଚ୍ଚନା ସାରି ଏକ ମଶାଲ୍‍ ଶୋଭାଯାତ୍ରାରେ ବାହାରି ଖେଳିପଡିଆରେ ପହଞ୍ଚିବା ପରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରତାପ କୁମାର ମହାପାତ୍ର କ୍ରୀଡାଧ୍ୱଜା ଉତ୍ତୋଳନ କରି ଆନୁଷ୍ଠାନିକ ଭାବେ କ୍ରୀଡା ସମାରୋହକୁ ଉଦ୍‍ଘାଟନ କରିଥିଲେ । ଏହି ବାର୍ଷିକ କ୍ରୀଡା ପ୍ରତିଯୋଗିତାକୁ ସୁପରିଚାଳନା କରିବା ଦିଗରେ କ୍ରୀଡାଶିକ୍ଷକ କୈଳାଶ ଚନ୍ଦ୍ର ଗୌଡ, ଅଶୋକ କୁମାର ପଟ୍ଟନାୟକ, ରାମଚନ୍ଦ୍ର ପ୍ରଧାନ, ସର୍ମିଷ୍ଟା ସାହୁ, ଲକ୍ଷ୍ମୀ ଜେନା, ପ୍ରଜ୍ଞା ପରମିତା ଜେନା, ଦେବାଶିଷ ପାଣିଗ୍ରାହୀ, ବଳରାମ ବେହେରା, ରାହୁଳ କୁମାର ପଟ୍ଟନାୟକ, ସୂର୍ଯ୍ୟକାନ୍ତ ସେଠୀ, ଅକ୍ଳିମ୍‍ ବେଗମ୍‍, ଗାୟତ୍ରୀ ବେହେରା, ଇପ୍ସିତା ମଲିକ, ସୁମିତ୍ରା କାର୍ଜି, ମିତାଞ୍ଜଳୀ ପଣ୍ଡା, କିରାଣୀ ଅନିଲ୍‍ କୁମାର ଜେନା, କର୍ମଚାରୀ ବାସୁଦେବ ପ୍ରଧାନ, ଜୟଦେବ ରାଉତ, ରବିନ୍ଦ୍ର କୁମାର ସ୍ୱାଇଁ, ନିମନ୍ତ୍ରିତ କ୍ରୀଡା ଶିକ୍ଷକ ପଦ୍ମଚରଣ ବିଷୋୟୀ ଓ ଧିରେନ୍ଦ୍ର କୁମାର ସ୍ୱାଇଁ, ମହିଳା କ୍ରିଡାବିତ୍‍ ଲିଜା ପାତ୍ର ଓ ଦୀପାଞ୍ଜଳୀ ବେହେରାଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା କଲେଜଛକ ସ୍ଥିତ ଟେକ୍‍ନିକାଲ୍‍ ହାଇସ୍କୁଲର ବାର୍ଷିକ ଖେଳକୁଦ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ମାନିତ କରାଯାଇଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ