ସରକାରୀ ନଳକୂପ ଚୋରି
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନା ରହଣିଆ ପଞ୍ଚାୟତ ରାଣୀଗଡ଼ିଆ ଠାରୁ ସରକାରୀ ନଳକୂପ ଚୋରି ହୋଇଥିବା ପୁଲିସ ନିକଟରେ ଅଭିଯୋଗ ହୋଇଛି। ଗତ ରବିବାର ବିଳମ୍ବିତ ରାତ୍ରିରେ କେହି ଦୁର୍ବୁତ୍ତ ଗ୍ରାମରେ ସରକାରୀ ଅର୍ଥରୁ ନିର୍ମାଣ ହୋଇଥିବା ୩ଗୋଟି ନଳକୂପକୁ ଚୋରି କରିଛନ୍ତି। ମାଟି ପତନରୁ ସମସ୍ତ ନଳକୂପ ଚୋରି ହୋଇଥିବା ଜଣାପଡିଛି। ଗାଁର ସପ୍ତାଘର ସଂଲଗ୍ନ ସମେତ ଅନ୍ୟ ଦୁଇଟି ସ୍ଥାନରୁ ଦୁର୍ବୁତ୍ତ ନଳକୂପ ଚୋରି କରିଛନ୍ତି। ଏଥିଯୋଗୁଁ ପାନୀୟ ଜଳରେ ଘୋର ସମସ୍ୟା ଦେଖାଦେଇଛି। ଏନେଇ ଆଜି ପୁଲିସ ନିକଟରେ ଅଭିଯୋଗ ହୋଇଥିବା ଜଣାପଡିଛି।


