ସରକାରୀ ନିର୍ଦ୍ଦେଶକୁ ଫୁ ମନମାନିରେ ଚାଲିଛି ବଡସାହି ବ୍ଲକ ଶିକ୍ଷା କାର୍ଯ୍ୟାଳୟ
ବଡ଼ସାହି, (ନିରଞ୍ଜନ ମହାନ୍ତ): ସରକାରୀ ନିର୍ଦ୍ଦେଶ ଥିଲା ଫେବୃଆରୀ ପ୍ରଥମ ସପ୍ତାହ ସୁଦ୍ଧା ପ୍ରତି ବିଦ୍ୟାଳୟ ରୁ ୩ଜଣ ପିଲାମାନେ ଭ୍ରମଣ କରି ଶିକ୍ଷା ଲାଭକରିବେ ଓ ଏହାର ୟୁସି ଦିଆଯିବ। ବିଭିନ୍ନ ବ୍ଲକରେ ଏହି କାର୍ଯ୍ୟକ୍ରମ ଜାନୁଆରୀରୁ ସରିଲାଣି। କିନ୍ତୁ ଏବେ ନିଦ ଭାଙ୍ଗିଲା ବଡସାହି ବ୍ଲକ ଶିକ୍ଷା କାର୍ଯ୍ୟାଳୟର।ଆସିଥିବା ଅନୁଦାନକୁ ବେପରୁଆ ଭାବେ ବ୍ୟବହାର କରିବା ପାଇଁ ସରକାରୀ ନିର୍ଦ୍ଦେଶକୁ ଫୁ କରି ଉଡାଇ ଦେଇଛନ୍ତି ଗୋଷ୍ଠୀ ଶିକ୍ଷା ଅଧୀକାରୀ। ସୂଚନାଯୋଗ୍ୟ ଯେ ମାର୍ଚ୍ଚ ବାର ତାରିଖରୁ ସମାପ୍ତି ପରୀକ୍ଷା ପାଇଁ ନିର୍ଦ୍ଦେଶ ଥିବାବେଳେ ଗୋଷ୍ଠୀ ଶିକ୍ଷା ଅଧୀକାରୀଙ୍କ ମେରୀ ରାୟ ନୀତିରେ ଚିଠି ହେଲା ପରୀକ୍ଷା ଆରମ୍ଭ ଦିନ ଶିକ୍ଷାର୍ଥୀ ମାନେ ବୁଲିବାକୁ ଯିବେ। ପରୀକ୍ଷାରୁ ବଞ୍ଚିତ ଶିକ୍ଷାର୍ଥୀଙ୍କ ଅଭିଭାବକଙ୍କ ଅଭିଯୋଗ ପରେ ଅଧିକାରୀଙ୍କ ଏହି ଦିଗ ହୀନ କାର୍ଯ୍ୟକଳାପ କେଉଁ ଉଦ୍ଦେଶ୍ୟରେ ବୋଲି ବୁଝା ପଡ଼ୁନାହିଁ। ସୂଚନା ଅନୁସାରେ ବୁଲିବାକୁ ଯାଇଥିବା ପିଲାମାନଙ୍କୁ ସଠିକ ଭାବରେ ଖାଦ୍ୟ ଦିଆଯାଇନଥିଲା,ଯାହା ଅଧିକାରୀଙ୍କ ବ୍ୟବସ୍ଥାର ଭିନ୍ନ ଦିଗ ଦର୍ଶାଉଛି ବୋଲି ସାଙ୍ଗରେ ଯାଇଥିବା ଜଣେ ଅଧିକାରୀ ନିଜ ନାମ ଗୋପନ ରଖି ମତ ଦେଇଛନ୍ତି।ଅନ୍ୟ ପକ୍ଷରେ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷକ ଅଭାବ ସମସ୍ୟା ଗୁରୁତର ଥିବା ସମୟରେ ସାଧାରଣ ଭୁଲ ପାଇଁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପରୀକ୍ଷା ସମୟରେ ନିଲମ୍ବନ, ଅନ୍ୟତ୍ର ବଦଳି,ପୁଣି ଅନ୍ୟତ୍ର ଅବସ୍ଥାପନ ”ଡାଲ୍ ମେ କାଲା”ଦିଗକୁ ଦର୍ଶାଉଛି। ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ବଦଳି ନିର୍ଦ୍ଦେଶରେ ବିଗତ ୨୦୨୨ର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅନୁମୋଦନ ଦର୍ଶାଇ ୨୦୨୫ରେ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଡେପୁଟେସନ୍ ଉକ୍ତ ସରକାରୀ ବିଦ୍ୟାଳୟଗୁଡ଼ିକରେ ପାଠ ପଢୁଥିବା ପିଲାଙ୍କ ଭବିଷ୍ୟତ ସହ ଖେଳ ବୋଲି କିଛି ଅଭିଭାବକ ଓ ଶିକ୍ଷାବିତ୍ ଅଭିଯୋଗ କରିଛନ୍ତିି।ତେବେ ଏମିତି ମନମୁଖୀ ଶାସନ ବ୍ୟବସ୍ଥା ବଡସାହି ବ୍ଲକ ଶିକ୍ଷା ବିଭାଗକୁ ଆହୁରି ରସାତଳ ଗାମୀ କରିବ ବୋଲି ଆଲୋଚନା ହେଉଛି।