ସରକାରୀ ନିର୍ଦ୍ଦେଶନାମାକୁ ଫୁ: ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ବଣ୍ଟନ ହେଉଛି ପାଠ୍ୟ ପୁସ୍ତକ
ବନ୍ତ,(ଚାନ୍ଦିନୀ ମହାନ୍ତି):କରୋନା ମହାମାରୀ ଲକ୍ ଡାଉନ୍ ପାଇଁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟକୁ ବନ୍ଦ ରଖିବା ସହ ଘର ପାଖରେ ପିଲା ମାନଙ୍କୁ ପାଠ୍ୟ ପୁସ୍ତକ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । ଏପରିପେକ୍ଷୀରେ ବନ୍ତ ସଦର ମହକୁମା ତଥା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଅବସ୍ଥିତ ମହତାବ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସରକାରୀ ନିର୍ଦ୍ଦେଶନାମାକୁ ଉଲଂଘନ କରି ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ୟ ପୁସ୍ତକ ବଣ୍ଟନ କରିବା କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ପ୍ରକାଶ ଯେ, ସରକାରୀ ନିର୍ଦ୍ଦେଶନାମା ଅନୁସାରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଘର ପାଖରେ ଶିକ୍ଷକ ମାନେ ପାଠ୍ୟ ପୁସ୍ତକ ବଣ୍ଟନ କରିବାର ନିୟମ ହୋଇଛି । ସୋମବାର ମହତାବ ମଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କିଛି ଅଭିଭାବକ ଓ ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟକୁ ଡାକି ପାଠ୍ୟ ପୁସ୍ତକ ବଣ୍ଟନ କରୁଥିବାର ଦେଖିବାକୁ ମିଳିଥିଲା । ଖବରପାଇ କିଛି ଗଣମାଧ୍ୟମ ପ୍ରତିନିଧି ବିଦ୍ୟାଳୟରେ ପହଞ୍ôଚବା ପରେ ଏହି ଘଟଣା ସତ୍ୟ ବୋଲି ଜଣାପଡିଥିଲା । ଏଥିନେଇ ବ୍ଲକ ଗୋଷ୍ଠୀ ସାଧନ ସଂଯୋଜକ ରବିନାରାୟଣ ପରିଡାଙ୍କୁ ପଚରାଯିବାରୁ ଘଟଣା ସଂପର୍କରେ ସେ ଜାଣିବା ପରେ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ବିଦ୍ୟାଳୟ ପରିସରରେ ପୁସ୍ତକ ନବାଣ୍ଟିବା ପାଇଁ ନିର୍ଦ୍ଦେଶ ଦେଇଥିବା କହିଥିଲେ । ସେହଭିଳି ସେଠାରେ ଉପସ୍ଥିତ ଥିବା ସିଆରସିସି ସୁକାନ୍ତ କୁମାର ବେହେରାଙ୍କୁ ପଚରାଯିବାରୁ ସଂପୃକ୍ତ ପ୍ରଧାନ ଶିକ୍ଷକଙ୍କୁ ପାଠ୍ୟ ପୁସ୍ତକ ବଣ୍ଟନ ବନ୍ଦ କରିବାକୁ କୁହାଯିବା ପରେ ପ୍ରଧାନ ଶିକ୍ଷକ ପୁସ୍ତକ ବଣ୍ଟନ କାର୍ଯ୍ୟ ବନ୍ଦ କରିଥିବା କହିଥିଲେ । ପରେ ଖବର ପାଇ ତହସିଲଦାର ଇନ୍ଦିରା ସାହୁ ଘଟଣା ସ୍ଥଳରେ ପହଞ୍ôଚ ଏସଂପର୍କରେ ତଦନ୍ତ କରିବା ପାଇଁ ସିଆରସିସିକୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି ।