ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଂଶତମ ବାର୍ଷିକ ଉତ୍ସବ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) : ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡଆର୍ଯ୍ୟପଲ୍ଲୀସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଂଶତମ ବାର୍ଷିକ ଉତ୍ସବ ପୂର୍ବତନ ସିଆରସିସି ତଥା ଶିକ୍ଷକ ମନୋଜ କୁମାର ତ୍ରିପାଠୀଙ୍କ ପୈାରହିତ୍ୟରେ ମହାଆଡମ୍ବର ସହାକାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ମୁଖ୍ୟ ଅତିଥୀଭାବେ ଯୋଗଦେଇ ପିଲାମାନଙ୍କୁ ଭଲ ପାଠପଢି ଦେଶର ତଥା ଗ୍ରାମ , ପିତା, ମାତା ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ନାମକୁ ଉଚ୍ଚ କରିବାର ମନ୍ତ୍ର ପ୍ରଦାନ କରିବା ସହିତ ସରକାରଙ୍କ ପ୍ରାଥମିକ ପଦକ୍ଷେପ କିପରି ଶିକ୍ଷ ଶିକ୍ଷଣ ପ୍ରତି ଅଛି ସେ ବିଷୟରେ ଅବଗତ କରାଇଥିଲେ । ସମ୍ମାନୀତ ଅତିଥୀଭାବେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍‌.ଧନଜଂୟ ରେଡ୍ଡୀ, ଜିଲ୍ଲାପରିଷଦ ସଭ୍ୟା ଏ.ସୀତାମ୍ମା, ସରପଞ୍ଚ ଏମ୍‌.ଲକ୍ଷ୍ମୀ, ସମିତିସଭ୍ୟା ବି.ରାଧା, ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅଧିକାରୀ ସମିଷ୍ଠା ପ୍ରଧାନ, ମତ୍ସ୍ୟଜିବୀ ଫୋରମର ରାଜ୍ୟ ଉପସଭାପତି ଏମ୍‌.ଗୁମାଲୀ, ବି.ଭୀମସେନ, ଶ୍ରମିକ ନେତା ଏ.ଭେଙ୍କଟ, ଜଗବନ୍ଧୁ, ଗୋପାଳପୁର ପୋର୍ଟର ଅସିତ୍ ରଂଜନ ମିଶ୍ର ଓ ପ୍ରଭାତ କୁମାର ପ୍ରଧାନ, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ସିଏଚ୍‌.ମୁନା ପ୍ରାକ୍ତନ ପ୍ରଧାନ ଶିକ୍ଷକ ସିମାଞ୍ଚଳ ବେହେରା, ଗ୍ରାମ୍ୟ ଭଦ୍ରବ୍ୟକ୍ତି ଡବ୍ଲ୍ୟୁ .କାଲେୟା, ଜି.ଏରେୟା ସାହୁ, ଜି.ନାରାୟଣ, ଇ.ଚିନେୟା, ସିଏଚ୍‌.ଯୋଗୁଡୁ, ଏମ୍‌.ବେତାଳ ଆଦି ବରିଷ୍ଠ ବ୍ୟକ୍ତିମାନେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଶିକ୍ଷୟତ୍ରୀ ସଂଜୁକ୍ତାରାଣୀ ସାହୁ ପ୍ରାରମ୍ଭ ବିବରଣୀ ପାଠ କରିଥିବା ବେଳେ ଶେଷରେ ପ୍ରଧାନ ଶିକ୍ଷକ ରଜତ ଗୋଚ୍ଛାୟତ ଧନ୍ୟବାଦ ଅର୍ପଣ କରିଥିଲେ । ଅତିଥୀମାନଙ୍କ ଦ୍ୱାରା କୃତୀଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିବା ବେଳେ ସଭାଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ ହୋଇଥିଲ।। ସମସ୍ତ କାର୍ଯ୍ୟକ୍ରମକୁ ସିଆରସିସି କମଳ ବେହେରା, ଶିକ୍ଷକ ପୀତାମ୍ବର ବେହେରା, ଶିକ୍ଷୟତ୍ରୀ କୈାଶଲ୍ୟା ଦାଶ, ଭାଗ୍ୟବତୀ ବେହେରା, ଏମ୍‌.ଭେଙ୍କଟରତମ୍ , ରାଜଲକ୍ଷ୍ମୀ ଦାଶ, ପୂଜାଲକ୍ଷ୍ମୀ ପଟ୍ଟନାୟକ, ନିବେଦିତା ଭୋଇ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ