ସରକାରୀ ବହୁବୃତି ଅନୁଷ୍ଠାନର ବାର୍ଷିକ ଉତ୍ସବ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :-ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଜାମୁଗାଁ ଅନ୍ତର୍ଗତ କଣିପଡାସ୍ଥିତ ସରକାରୀ ବହୁବୃତି ଅନୁଷ୍ଠାନର ପ୍ରଥମ ବାର୍ଷିକ ଉତ୍ସବ ଓ ମୁର୍ଚ୍ଛନା-୨୦୨୨ କାର୍ଯ୍ୟକ୍ରମ ଅଧ୍ୟକ୍ଷ ପ୍ରିୟରଂଜନ ସାମନ୍ତରାୟଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ନାଉଗାଁସ୍ଥିତ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ଅଧ୍ୟକ୍ଷ ଡା. ଚାଇନା ପ୍ରଧାନ ଯୋଗ ଦେଇ ଶିକ୍ଷାର୍ଥୀମାନଙ୍କୁ ଜୀବନର ଲକ୍ଷ୍ୟ ପୂରଣ ନିମନ୍ତେ କଠିନ ପରିଶ୍ରମ ଉପରେ ଗୁରୁତ୍ୱ ଦେବା ନିମନ୍ତେ ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ ଦୁର୍ଗାଚରଣ ବେହେରା, ଶୁଭ୍ରାଂଶୁ ରଂଜନ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ଶିକ୍ଷାନୁଷ୍ଠାନ ଉନ୍ନତି ସଂର୍ପକରେ କହିଥିଲେ । ପରେ ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ଅନୁଷ୍ଠାନର ମୁଖପାତ୍ର ‘ବିଶ୍ୱକର୍ମା’ର ଉନ୍ମୋଚନ କରାଯାଇଥିଲା । ଶେଷରେ ଆୟୋଜିତ କାର୍ଯ୍ୟକ୍ରମ ମୁର୍ଚ୍ଛନା-୨୦୨୨ ଆନୁକୁଲ୍ୟରେ ଶିକ୍ଷାର୍ଥୀମାନଙ୍କ ଦ୍ୱାରା ନୃତ୍ୟ, ଗୀତ ଓ ଅଭିନୟ ପରିବେଷଣ କରାଯାଇଥିଲା । ଅଧ୍ୟାପକ ରାକେଶ ରଂଜନ ମହାଳିକ, ଇପ୍ସିତା ବେହେରା, ସ୍ମୃତିରଂଜନ ମହାନ୍ତି, ଆଶିଷ ଦାସ ପ୍ରମୁଖ ମଂଚ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ଅନ୍ୟ ଅଧ୍ୟାପକ , ଅଧ୍ୟାପିକା ଓ କର୍ମଚାରୀମାନେ ସହଯୋଗ କରିଥିଲେ ।


