ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କୁ ସ୍ଥାନୀୟ ଅନ୍ୟ ଏକ ବିଦ୍ୟାଳୟସହ ମିଶ୍ରଣ ନିଷ୍ପତି କୁ ବିରୋଧ

ଚୌଦ୍ବାର:(ଦୀପକ୍ କୁମାର ବେଉରା): କଟକ ଜିଲ୍ଲା ଟାଙ୍ଗିରେ ଥିବା ପୁରାତନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କୁ ସ୍ଥାନୀୟ ଅନ୍ୟ ଏକ ବିଦ୍ୟାଳୟସହ ମିଶ୍ରଣ ନିଷ୍ପତି କୁ ତୀବ୍ର ବିରୋଧ କରିଛନ୍ତି ସ୍ଥାନୀୟ ଜନସାଧାରଣ । ଆଜି ବହୁ ପୁରାତନ ଛାତ୍ରୀ, ବୁଦ୍ଧିଜୀବୀ ମାନେ ସରକାରୀ ବିଷ୍ପତି କୁ ବିରୋଧ କରି ବିଦ୍ୟାଳୟ ଫାଟକ ରେ ତାଲା ପକାଇ ଧାରନାଁରେ ବସିଥିଲେ ।ପରେ ସେମାନେ ଟାଙ୍ଗୀ-ହରିପୁର ରାସ୍ତା କୁ ବିଦ୍ୟାଳୟ ଆଗରେ ଅବରୋଧ କରିଥିଲେ ।ପରେ ଘଟଣା ସ୍ଥଳରେ ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା ସେଠାରେ ପହଂଚି ଧାରଣା କାରୀ ଙ୍କ ସହ ଆଲୋଚନା କରିଥିଲେ ।ପରେ ସେ ଏସଂକ୍ରାନ୍ତ ରେ ଜିଲ୍ଲାପାଳ ଙ୍କ ସହ ମଧ୍ୟ କଥା ହୋଇଥିଲେ ।ଏହାପରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ପହଂଚି ଧରଣକାରୀଙ୍କ ଠାରୁ ଦାବିପତ୍ର ଗ୍ରହଣ କରିଥିଲେ ।ବିଧାୟକ ଙ୍କ ବିଦ୍ୟାଳୟ ଏଠାରୁ ଉଠିବ ନାହିଁ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ଓ ରାସ୍ତା ଅବରୋଧ ହଠିଥିଲା । ବିଦ୍ୟାଳୟରେ ବର୍ତ୍ତମାନ ୮୦ରୁ ଉର୍ଦ୍ଧ୍ବ ଛାତ୍ରୀ ଥିବା ବେଳେ ଏହାକୁ ଅନ୍ୟ ବିଦ୍ୟାଳୟ ସହ ମିଶ୍ରଣ ନିଷ୍ପତିକୁ ସମସ୍ତେ ମିଶି ବିରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ