ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ବୃକ୍ଷ ରୋପଣ ଓ ସଫେଇ କାର୍ଯ୍ୟକ୍ରମ
ଛତ୍ରପୁର: ଜାତୀୟ ସେବା ଦିବସ ଅବସରରେ ଛତ୍ରପୁର ସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ପକ୍ଷରୁ ମହାବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ ସହ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏନୱାଇକେଏସ ପକ୍ଷରୁ ବୃକ୍ଷ ପ୍ରଦାନ କରି ସହଯୋଗର ହାତ ବଢାଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ପିଙ୍କିରାଣି ଦେଇ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିବାସହ ବୃକ୍ଷ ରୋପଣ କରିଥିଲେ । ଏହି କାର୍ଯ୍ୟକୁ ଏନଏସଏସ ରେ ନୂତନ ଭାବେ ଦାୟିତ୍ୱ ନେଇଥିବା ଓଡିଆ ଅଧ୍ୟାପକ ଲମ୍ବୋଦର ନାୟକ ସୂଚାରୁରୁପେ ପରିଚାଳନା କରିବା ସହ ଆଜି ଦିବସ ଉପରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ । ସେହିପରି ସୁରଶ ଚନ୍ଦ୍ର ବେହେରାଙ୍କ ସମେତ ଏନଏସଏସର ନେତୃତ୍ୱ ନେଇଥିବା ପ୍ରିୟାଂଶୁ ରେଡ୍ଡୀ, ମହେଶ ଗୈାଡ, ରାକେଶ ଆଚାର୍ଯ୍ୟ, ସୋନାଲି ଦାସ, ରାଜଶ୍ରୀ, ମୁନା ଦାସ, କାମିନୀ ନାହାକ, ଲିଖିତା ବେହେରା, ଅମିତା ପାଲାଇ,ପୂର୍ବତନ ଛାତ୍ର ଇଜୁଆମିନ ଖାନ୍ ତଥା ଅନ୍ୟାନ୍ୟ ଛାତ୍ରଛାତ୍ରୀ ମାନେ ଯୋଗଦେଇ ୫୦ରୁଉଦ୍ଧ୍ୱର୍ ବୃକ୍ଷ ରୋପଣ କରିବା ସହ ଆଜି ଦିବସ ଉପରେ ମତବ୍ୟକ୍ତ ରଖିଥିଲେ ।