ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ରେ ବିଜୁ କନ୍ୟା ରତ୍ନ ତାଲିମ କାର୍ଯ୍ୟକ୍ରମ
ଛତ୍ରପୁର, (ଦେବଦତ୍ତ ମହାରଣା):ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ଛତ୍ରପୁର ତରଫରୁ ବୁଧବାର ସ୍ଥାନୀୟ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ୧୦୦ରୁ ଉର୍ଦ୍ଧ୍ବ ଛାତ୍ରୀମାନଙ୍କୁ ନେଇ ବିଜୁ କନ୍ଯା ରତ୍ନ ସଂପର୍କୀତ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ଯକ୍ଷ କିଶୋର କୁମାର ବେହେରା ପ୍ରାରମ୍ଭିକ ସ୍ବାଗତ ଭାଷଣ କରିବା ସହ ସମସ୍ତ ଛ।ତ୍ରୀ ମାନକୁଂ ଶ୍ରୁଂଖଳା ବର୍ତ୍ତମାନ ସମୟରେ ଘଟୁଥିବା ବିଭିନ୍ନ ହିଂସା ଓ ଯୌନ ଶୋଷଣରୁ କିପରି ସାବଧାନ ରହିବା ସେ ଦିଗରେ ଗୁରୁତ୍ବାରୋପ କରିଥିଲେ। ଶିଶୁ ସୁରକ୍ଷା ଅଧୀକାରୀ ଶରତ ଚନ୍ଦ୍ର ମହାରଣା ଘରୋଇ ହିଂସା ଓ ମା ଓ ବାଳିକା ଶିଶୁ ମାନକଂ ଉପରେ ହେଉଥିବା ବାଛବିଚାର କୁ ଭିଡ଼ିଓ ଏବଂ ପାୱାର ପଏଣ୍ଟ ମାଧ୍ୟମରେ ସଚେତନ କରାଇଥିଲେ। ଏହା ସଂଗେ ସଂଗେ ସରକାରୀ ଓ ବେସରକାରୀ ସ୍ଥରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। ଜିଲ୍ଲାସ୍ତରୀୟ ତାଲିମଦାତା ବ୍ରୁନ୍ଦାବନ ପଣ୍ଡା ଲିଂଗଗତ ଅନୁପାତ, କନ୍ଯା ଭ୍ରୁଣ ହତ୍ଯା ଓ ଏଚ ଆଇ ଭି /ଏଡ଼ସ କବଳରୁ ଶିଶୁ ମାନେ କିପରି ରକ୍ଷା ପାଇପାରିବେ ସେହି ଦିଗ ଉପରେ ତାଲିମ ପ୍ରଦାନ କରିଥୀଲେ। ମହାବିଦ୍ୟାଳୟର ଇତିହାସ ବିଭାଗର ଅଧ୍ଯାପିକା ଡଃ ଆରତି କୁମାରୀ ପଣ୍ଡା କବିତା ମାଧ୍ୟମରେ କନ୍ଯା ଶିଶୁ ଠାରୁ ବାର୍ଦ୍ଧକ୍ଯବସ୍ଥା ପର୍ଯ୍ୟନ୍ତ ମହିଳାମାନଙ୍କ ନିର୍ଯାତନା ବିଷୟରେ କବିତା ସଂକଳନ କରିଥିଲେ। ପ୍ରକାଶଥାଉକି କନ୍ଯା ମାନକଂ ଜନ୍ମ ହାର କମିକମି ଆସିବା ୨୦୧୬ ମସିହା ପର୍ୟ୍ଯନ୍ତ ଗଂଜାମ ଜିଲ୍ଲାରେ ଏକ ଉଦବେଗ ସୃଷ୍ଟି କରିଥିଲା। ୨୦୧୧ ଜନଗଣନା ଅନୁସାରେ ୧୦୦୦ ପୁଅ ଶିଶୁରେ ଗଂଜାମ ଜିଲ୍ଲାରେ ୯୦୮ କନ୍ଯା ଶିଶୁ ର ଲିଂଗଗତ ଅନୁପାତ ଥିଲା। ଏହିଭଳି ସ୍ଥିତିକୁ ଆଧାର କରି ଓଡିଶାର ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଗଂଜାମ ଜିଲ୍ଲା ସହ ଅନୁଗୁଳ, ଢେକାଂନାଳ ଜିଲ୍ଲାରେ ବିଜୁ କନ୍ୟା ରତ୍ନ ଯୋଜନା ଆରମ୍ଭ କରିଥିଲେ। ଯୋଜନାର ମୁଖ୍ଯ ଉଦ୍ଦେଶ୍ଯ ଅନୁସାରେ କଲେଜ ଛାତ୍ରଛାତ୍ରୀ ମାନକ ମଧ୍ଯରେସଚେତନତା ସୃଷ୍ଟି କରିବା ହେଉଛି ଏହି ଯୋଜନାର ଏକ ମୁଖ୍ଯ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମର ପରିଚାଳନାରେ ଅଧ୍ଯାପିକା ରାଜବାଳା ତ୍ରୀପାଠୀ, ପିକିଂରାଣୀ ଦେଇ ଏବଂ ସମସ୍ତ କଲେଜର କର୍ମଚାରୀ ସହଯୋଗ କରିଥିଲେ। ପରିଶେଷରେ ପ୍ରସାଶନିକ ଅଧିକାରୀ ପିକିଂରାଣୀ ଦେଇ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।