ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ଛତ୍ରପୁରସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଯୁକ୍ତ ୩ ବୋଟାନି ବିଭାଗର ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଡ.ପିଙ୍କିରାଣୀ ଦେଇ ଅତିଥି ଭାବେ ଯୋଗ ଦେଇ ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜଳନ କରି ସଭା କାର୍ଯ୍ୟକୁ ଶୁଭାରମ୍ଭ କରିଥିଲେ । ତତସହିତ ସମସ୍ତଙ୍କୁ ଶୃଙ୍ଖଳା ଜ୍ଞାନ ଓ ନୂତନ ଛାତ୍ରଛାତ୍ରୀଙ୍କୁ ମହାବିଦ୍ୟାଳୟର ନିୟମାବଳି ବିଷୟରେ ଅବଗତ କରାଇଥିଲେ । ଏହି ଉତ୍ସବରେ ବିଭାଗୀୟ ଅଧ୍ୟାପକ ମନୋରଞ୍ଜନ ମହାରଣା, ବାଉରିବନ୍ଧୁ ମୁଦୁଲି, ଅଧ୍ୟାପିକା ମିନତୀ ତରାଇ, ଅଧ୍ୟାପିକା ମିଲିମିତା ପାଢ଼ୀ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଶିକ୍ଷାଗତ ଜୀବନ ବିଷୟରେ ବହୁତ ଉଦାହରଣ ଦେଇ ଉତ୍ସାହିତ କରିଥିଲେ । ଏହି ସଭାରେ ଛାତ୍ରୀ ଶୁଭସ୍ମିତା ପାଣିଗ୍ରାହୀ ସ୍ୱାଗତ ସଙ୍ଗୀତ ଗାନ କରିବା ସହ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା । ସିନିଅର ବର୍ଗର ରଞ୍ଜିତା ପଣ୍ଡା, ଐଶ୍ୱର୍ଯ୍ୟା ରାଉତ, ଏମ.ଜୟଲକ୍ଷ୍ମୀଙ୍କ ସମେତ ଅନ୍ୟାନ୍ୟ ଛାତ୍ରଛାତ୍ରୀମାନେ ପରିଚାଳନାରେ ସହଯୋଗ କରିଥିଲେ ।