ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ର କ୍ୱାରେଣ୍ଟାଇନ କେନ୍ଦ୍ର କୁ ବୁଲିଦେଖି ସ୍ଥିତି ପରଖିଲେ ଜିଲ୍ଲାପାଳ

ଛତ୍ରପୁର,(ଓ୍ବାଇଏନ୍ଏସ୍):ଗଂଜାମ ଜିଲ୍ଲାକୁ ଟ୍ରେନ ଯୋଗେ ବାହାର ରାଜ୍ୟର ହଜାର ହଜାର ପ୍ରବାସୀ ଓଡିଆ ମାନେ ଆସୁଛନ୍ତି । ଏଥି ନିମନ୍ତେ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ କ୍ୱାରେଣ୍ଟାଇନ କେନ୍ଦ୍ର କରାଯାଇ ସେମାନଙ୍କୁ ସଂଗରୋଧରେ ରଖାଯାଉଛି । ସେହିପରି ଗଂଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟକୁ ମଧ୍ୟ କ୍ୱାରେଣ୍ଟାଇନ କେନ୍ଦ୍ର ଭାବେ କରାଯାଇଛି । ଏଥି ନିମନ୍ତେ ସମସ୍ତ ଆନୁସାଙ୍ଗିକ ବ୍ୟବସ୍ଥା କରାଯାଇଛି । ଶନିବାର ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ , ଆଇଏଏସ ଅଫିସ ର ପି.ଅନ୍ୱେଷା ରେଡ୍ଡୀ, ଡିଆରଡିଏ ପିଡି ଇଂ.ସିଦ୍ଧାର୍ଥ ସ୍ୱାଇଁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି ପରିଦର୍ଶନ କରି କ୍ୱାରେଣ୍ଟାଇନ କେନ୍ଦ୍ର ରେ ଆବଶ୍ୟକ ଥିବା ବିଭିନ୍ନ ସୁବିଧା ଠିକ୍ ଅଛି କି ନାହିଁ ଯାଂଚ କରିଛନ୍ତି । ଏଥିରେ ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଟି.ଲୋକେସ , କନିଷ୍ଠ ଯନ୍ତ୍ରୀ ଅଶୋକ କୁମାର ବେହେରାଙ୍କ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ