ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ

ଛତ୍ରପୁର, (ଦେବଦତ୍ତ ମହାରଣା):ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ଛତ୍ରପୁର ରେ ନାଭାଲ୍ ଏନ.ସି.ସି ତରଫରୁ ସମ୍ବିଧାନ ଦିବସ ପାଳନ କରାଯାଇଅଛି। ଏହି ଅବସରରେ ଏନ୍.ସି.ସି କ୍ୟାଡେଟ୍ ମାନେ ଏନ୍.ସି.ସି ସଙ୍ଗୀତ ଗାନ କରି ସମ୍ବିଧାନ ଦିବସ ବିଷୟରେ ବକୃତା ପ୍ରଦାନ କରିଥିଲେ।ଏହି ସଭାଟିକୁ ନାଭାଲ୍ ସିଟିଓ(CTO) ମନୋରଞ୍ଜନ ମହାରଣା ଆୟୋଜନ କରିଥିଲେ। ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ କିଶୋର କୁମାର ବେହେରା ସଭାପତିତ୍ବ କରିବା ସହ ଭାରତୀୟ ସମ୍ବିଧାନର ଇତିହାସ ବିଷୟରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ମହାବିଦ୍ୟାଳୟ ର RDC-୨୦୧୯ ନୁଆ ଦିଲ୍ଲୀ ରେ ଭାଗ ନେଇଥିବା ଛାତ୍ରୀ ଭାଗ୍ୟଶ୍ରୀ ବେହେରା ଓ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଛାତ୍ର ବିଶ୍ଵଜିତ ବେହେରା ଙ୍କୁ ସମ୍ବୋଧିତ କରାଯାଇଥିଲା। ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀ ବାଦଲ ସାହୁ ଏବଂ ପ୍ରଦ୍ୟୁମ୍ନ ମଢେଇ ଯୋଗଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ