ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ
ଛତ୍ରପୁର, (ଦେବଦତ୍ତ ମହାରଣା) :ବିଶ୍ୱ ଯକ୍ଷ୍ମା ସିବସ ଅବସରରେ ମୁନିସିପେଣ୍ଠ ସ୍ୱାସ୍ଥ୍ୟ କେନ୍ଦ୍ର ଯକ୍ଷ୍ମା ବିଭାଗ ପକ୍ଷରୁ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଉଭିଦ ବିଜ୍ଞାନ ବିଭାଗ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟ ଉଭିଦ ବିଭାଗ ସହକାରୀ ପ୍ରାଧ୍ୟାପକ ମନୋରଞ୍ଜନ ମହାରଣାଙ୍କ ଉପସ୍ଥିତିରେ ଓ ଜ୍ୟେଷ୍ଠ ଯକ୍ଷ୍ମା ରୋଗ ପରିଦର୍ଶକ ପ୍ରଭାତ କୁମାର ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମ ରେ ମୁନିସିପେଣ୍ଠ ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ର ର ପିଏଚଇଓ ବରୁଣ କୁମାର ପାଣିଗ୍ରାହୀ, ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ଆଇସିଟିସି କାଉନସିଲର ସନ୍ତୋଷ ରାଜୁ ଓ ଏନସିଡି କାଉନସିଲର ଡି. ଦେବହରି ରେଡ୍ଡି, ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଯକ୍ଷ୍ମା, ଏଚଆଇଭି ଓ ମଧୁମେହ ରୋଗ ଉପରେ ସଚେତନ କରିଥିଲେ । ପରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କୁଇଜ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଟିବି ଚାମ୍ପିୟାନ ମୁନା ବେହେରା ଓ ସ୍ୱେଚ୍ଛାସେବୀ ଅମ୍ବିକା ପ୍ରସାଦ ଚୈାଧୂରୀ ପରିଚାଳନା କରିଥିବା ବେଳେ ବହୁ ଛାତ୍ରଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ ।