ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଛତ୍ରପୁରର ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଘାଟିତ
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁରସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ବାର୍ଷିକ କ୍ରୀଡ଼ାଉତ୍ସବ ସ୍ଥାନୀୟ ଷ୍ଟାଡିୟମଠାରେ ଉଦଘାଟିତ ହୋଇଯାଇଛି l ଏହି ଦୁଇ ଦିନିଆ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ କିଶୋର କୁମାର ବେହେରା ଉଦଘାଟନ କରିବା ପୂର୍ବକ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ରେକର୍ଡ଼ ସଂଖ୍ୟକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ହେତୁ ଛାତ୍ରଛାତ୍ରୀ ଓ ଆୟୋଜକ ମଣ୍ଡଳୀଙ୍କୁ ଶୁଭେଚ୍ଛା ଜଣାଇଥିଲେlଯୁକ୍ତ ଦୁଇ, ଯୁକ୍ତ ତିନ ଓ ସ୍ନାତକୋତ୍ତର ବିଭାଗର ଉଭୟ ମହିଳା ଓ ପୁରୁଷ ବର୍ଗ ମଧ୍ୟରୁ ପ୍ରାୟ ତିନଶହରୁ ଊର୍ଦ୍ଧ ପ୍ରତିଦ୍ବନ୍ଦୀମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି lଏତେ ସଂଖ୍ୟକ ପ୍ରତିଯୋଗୀମାନଙ୍କୁ ନେଇ ପ୍ରତିଯୋଗିତା ପରିଚାଳନା କରିବା ନିମନ୍ତେ ମହାବିଦ୍ୟାଳୟର କ୍ରୀଡ଼ା ଆୟୋଜନ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଯଥାକ୍ରମେ ଡ. ପିଙ୍କିରାଣୀ ଦେଇ ଓ ରାଜବାଳା ତ୍ରିପାଠୀ ସମସ୍ତ ସୁବିଧାର ବନ୍ଦୋବସ୍ତ କରିଥିଲେ l ପ୍ରତିଯୋଗିତାଗୁଡିକର ବିଚାରକମଣ୍ଡଳୀଙ୍କୁ ସହାୟତା ପ୍ରଦାନ କରିବା ନିମନ୍ତେ ମହାବିଦ୍ୟାଳୟର ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ଡ. ସୁଧୀର କାନ୍ତ ପଣ୍ଡା, ଛତ୍ରପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସୁଜାତା ପାତ୍ର, କାରମେଲ ବିଦ୍ୟାଳୟର ପ୍ରସାଦ ନାୟକ, ଅନସ୍ଲୋ ଅନୁଷ୍ଠାନର ଅରୁଣ ମାନସିଂହ ଓ ୟୁରୋକିଡ଼ସ ବିଦ୍ୟାଳୟର ସନ୍ତୋଷ ଗୌଡ଼ ଆଦି ଯୋଗ ଦେଇ କାଯ୍ୟକ୍ରମଟିକୁ ସୁରୁଖୁରୁରେ ଆଗେଇ ନେବାରେ ସାହାଯ୍ୟ କରିଥିଲେ l