ସରକାରୀ ବିଦ୍ୟାଳୟର ପନ୍ତଖୋରୀରେ ବାର୍ଷିକ ଉତ୍ସବ
ଭଂଜନଗର,(ଯୁଗାବ୍ଦ ନ୍ୟୁଜ୍): ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପନ୍ତିପୋଖରୀରେ ଶୁକ୍ର୍ବାର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥିରୁପେ ନିରଞ୍ଜନ ଗୈାଡ ଓ ମୁଖ୍ୟବକ୍ତା ରୁପେ ରବିନ୍ଦ୍ର ନାଥ ମହାନ୍ତି ନିଜର ବକ୍ତବ୍ୟ ଉପସ୍ଥାପନା କରିବା ସହ ପ୍ରଦ୍ୱୀପ ପ୍ରଜ୍ୱଳନ କରିଥିଲେ । ଏଥିସହ ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନିରଜଂନ ସେଠୀ,ଏବଂ ସହକାରୀ ଶିକ୍ଷକ ଦିଗମ୍ବର ତ୍ରୀପାଠି,ପଦ୍ମନାଭ ପ୍ରଧାନ,ଶଶାଙ୍କ ଶେଖର ନାୟକ ,ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦଣ୍ଡପାଣି ମହାରଣା, ସନ୍ତୋଷ କୁମାର ସାଫଲ୍ୟ ମଣ୍ଡିତ କରିଥିବା ବେଳେ କୁନି କୁନି ଛାତ୍ରଛାତ୍ରୀ ମାନେ ରଂଗାରଂଗ ନୃତ୍ୟ ପରିବେଶଣ କରିଥିଲେ । ଏଥିରେ ପୂର୍ବତନ ସଭାପତି ଶ୍ରୀ ଶଙ୍କର ଗୈାଡ ମଧ୍ୟ ଅଂଶ ଗ୍ରହଣ କରିଥିଲେ । ସ୍ୱଚ୍ଛ ଭାରତ ପାଇଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଗୋଟିଏ ଗୋଟିଏ ଅନୁଷ୍ଠାନ ତରଫରୁ ସାବୁନ ବଣ୍ଟନ କରାଯାଇଥିଲା ।


