ସରକାରୀ ବିଦ୍ୟାୟରେ ଏନ୍ଏସି ସ୍ତରୀୟ ପ୍ରତିଯୋଗିତା ଅନୁÂିତ

ଭଞ୍ଜନଗର , (ଯୁଗାବ୍ଦ ନୁ୍ୟଜ୍) : ଭଞ୍ଜନଗର ବ୍ଲକ ଓ ଏନଏସି ସ୍ତରରେ ସ୍ଥାନୀୟ ଦିନବନ୍ଧୁ ବେ୍ହେରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଚିତ୍ରାଙ୍କନରେ ୨୫୫ ଜଣ, ସୁନ୍ଦର ହସ୍ତାକ୍ଷରରେ ୨୩୧ ଜଣ ଓ ଭାଷାଜ୍ଞାନ-ପ୍ରବନ୍ଧରେ ୧୮୬ ଜଣ ରହିଥିବା ବେଳେ ମୋଟ ୬୭୨ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତା ପୂର୍ବାହ୍ନ ୯ଟା ୪୫ ମିନିଟରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି କୃଷ୍ଣ ବିଶୋୟୀ ଯୋଗ ଦେଇ ପ୍ରଶ୍ନପତ୍ର ଖୋଲଥିଲେ। ଏହାପରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଆସି ତିନୋ୍ଟି ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିଲେ। ଚିତ୍ରାଙ୍କନ ପ୍ରତିଯୋଗୀତାରେ ଭଞ୍ଜନଗର ସେଣ୍ଟ ଆନ୍ସ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଭାବନା ପ୍ରିୟଦର୍ଶନୀ ପ୍ରଥମ, ସେଣ୍ଟ ଜାଭିୟର ଇଂରାଜୀ ମାଧ୍ୟମ ଉଚ୍ଚ ବିଦ୍ୟାଳୟର ଆଦ୍ୟାଶା ପାଣିଗ୍ରାହୀ ଦ୍ବିତୀୟ, କେନ୍ଦ୍ରୀୟ ବିଦ୍ୟାଳୟର ଶ୍ରାବଣୀ ସେଠୀ ତୃତୀୟ ସ୍ଥାନ, ସେହିପରି ସୁନ୍ଦର ହସ୍ତାକ୍ଷର ପ୍ରତିଯୋଗିତାରେ ଦିନବନ୍ଧୁ ବେହେରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରୀତିରାଣୀ ନାୟକ ପ୍ରଥମ, ଭେଙ୍କେଟେଶ୍ବରୀ ପ୍ରଧାନ ଦ୍ବିତୀୟ ଓ ଶ୍ରୀ ସତ୍ୟସାଇ ବିଦ୍ୟାବିହାରର ପାୟଲ ପ୍ରଧାନ ତୃତୀୟ ସ୍ଥାନ, ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗୀତାରେ ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟର ତିନୋଟି ପୁରସ୍କାର ହାସଲ କରିଥିବା ବେଳେ ଅଙ୍କିତା ପାତ୍ର ପ୍ରଥମ, ଜସ୍ମିନ ନାୟକ ଦ୍ୱିତୀୟ ଓ ଆଶୁତୋଷ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ।
ପରୀକ୍ଷା ପରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀ ବିଶୋୟୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଶ୍ର ଓ ସମ୍ମାନୀତ ଅତିଥି ଭାବେ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ମାତୃଭାଷାରେ ନିଜକୁ ସୃଦୁଢ଼ କରିବା ପାଇଁ ପ୍ରତିଯୋଗୀଙ୍କୁ ଆହ୍ବାନ ଦେଇଥିଲେ। ଭଞ୍ଜନଗର ସମ୍ବାଦ ଜିଲ୍ଲା ପ୍ରତିନିଧି ଜ୍ଞାନଚାନ୍ଦ ଜଗନ୍ନାଥ, ଓଷ୍ଟା ଗଞ୍ଜାମ ଜିଲ୍ଲା କାର୍ୟ୍ୟକାରୀ ସଭାପତି ତଥା ସାହିତ୍ୟ ଘର ସମ୍ପାଦକ ସନ୍ତୋଷ କୁମାର ଜେନା, ବିଶ୍ବମ୍ବର ଜେନା ପ୍ରମୁଖ ପରିଚାଳନା କରିଥିଲେ। ବିଭିନ୍ନ ପରୀକ୍ଷାରେ ବିଚାରକ ଓ ନିରୀକ୍ଷକ ଭାବେ କାଳିଆ ପାତ୍ର, ଦୂତିକୃଷ୍ଣ ଚୌଧୁରୀ, ଡ ଗୁରୁମୂର୍ତ୍ତି ନାୟକ, ଦୁର୍ଗାମାଧବ ଦାସ, ହୃଷିକେଶ ନାୟକ, ସଚ୍ଚିଦାନନ୍ଦ ସ୍ବାଇଁ, ଜୋସ୍ନାରାଣୀ ଦେବୀ, ସୁଜାତା ସିଂ, ଡ ଗାୟତ୍ରୀ ସାହୁ, ସୁନୀଲ କୁମାର ଶତପଥୀ, ତପସ୍ବିନୀ ବିଶୋୟୀ, ରବି ନାରାୟଣ ମହାନ୍ତି, ଅଶୋକ କୁମାର ସ୍ବାଇଁ, ନେତାଜୀ ବିଶୋୟୀ, ତ୍ରିନାଥ ବେହେରା, ସଂସ୍କୃତି ରତ୍ନ ନାରାୟଣ ମହାରଣା, ପଦ୍ମନାଭ ପ୍ରଧାନ, ଆଲ ଓଷ୍ଟା ରାଜ୍ୟ ସଭାପତି ଜଗବନ୍ଧୁ ଜେନା, ଦିଗାମ୍ବର ପ୍ରଧାନ, ବାସନ୍ତୀ ପାଣିଗ୍ରାହୀ, କାହ୍ନୁ ଚରଣ ଗୌଡ, କୋରେଶ କୁମାର ଗୌଡ, ପ୍ରତାପ କୁମାର ପ୍ରଧାନ, ଅଜୟ କୁମାର ସେଠୀ, ରୋଶନ ଖଣ୍ଡୁଆଳ, ବୈରାଗୀ ଶବର, ମଙ୍ଗଲ ଭୂମିତ ଓ ବିକାଶ କୁମାର ମହାରଣା ରହିଥିଲେ। ଏଥିରେ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଗାୟତ୍ରୀ ପଣ୍ଡା, ସୁଶାନ୍ତ ମହାପାତ୍ର, ଆକାଶ ମହାନ୍ତି ଓ ରାମନାଥ ସାବତଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ