ସରକାରୀ ବିହନ ପ୍ରଦାନରେ ଅନିୟମିତତା ବିହନ ବିଷୟରେ ତଥ୍ୟ ପ୍ରଦାନ କରୁ ନାହାନ୍ତି କୃଷି ଅଧିକାରୀ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍‌) : ଚିନାବାଦାମ ଏକ ଅର୍ଥକାରୀ ତୈଳବୀଜ ଫସଲ । ନାଉଗାଁ ବ୍ଳକର ଡେରିକି,କୋରୁଅ,ଓଷକଣା,ଶିଖର, ବଛାଳୋ, ରୋହିଆ, ଗଜରାଜପୁର, ଗଳଦାରୀ ଆଦି ପଂଚାୟତରେ ଚିନାବାଦାମ ଚାଷ କରାଯାଇଥାଏ । ଚିନାବାଦାମ ଚାଷ ଏକ ଅର୍ଥକାରୀ ଫସଲ ହୋଇଥିବା ବେଳେ ଚାଷୀ ଏହାକୁ ଚାଷ କରି ଭଲ ଦି ପଇସା ରୋଜଗାର କରିଥାଏ । ଏହି ସବୁ ପଂଚାୟତରେ ଲଘୁଜାତୀୟ ଧାନ ଅମଳ ସରିବା ପରେ ଚାଷୀମାନେ ଚିନାବାଦାମ ଚାଷ ପାଇଁ କ୍ଷେତ୍ର ପ୍ରସ୍ତୁତ କରିଥାନ୍ତି । କିନ୍ତୁ ସରକାରଙ୍କ ପକ୍ଷରୁ ଚାଷୀମାନଙ୍କୁ ସରକାରୀ ପୋତ୍ସାହନ ଦେବା ପାଇଁ ପଚାର ପ୍ରସାର କରୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ଯୋଗୁ ବର୍ତମାନ ଏହି ଚାଷ ପାଇଁ ଚାଷୀମାନଙ୍କର ଆଗ୍ରହ କମିବାରେ ଲାଗିଛି । ସରକାରଙ୍କ ପକ୍ଷରୁ ଚାଷୀମାନଙ୍କୁ ମାଗଣାରେ ଚିନାବାଦମ ବିହନ ଯୋଗାଇ ଦିଆଯାଉଥିବା ବେଳେ ଦାୟିତ୍ୱରେ ଥିବା ଅଧିକାରୀଙ୍କ ମନମୁଖୀ ଯୋଗୁ ପ୍ରକୃତ ଚାଷୀ ପାଇପାରୁନଥିବା ଅଭିଯୋଗ ହେଉଛି । ଏପରିକି ଚାଷୀ ଚାଷ କାର୍ଯ୍ୟ ସାରିବା ପରେ ଉକ୍ତ ଚିନାବାଦାମ ବିକ୍ରି କରିବା ଜିଲ୍ଲାରେ ଚିନାବାଦାମ ମଣ୍ଡି ନଥବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାଯାଇଛି । ନାଉଗାଁ କୃଷି କାର୍ଯ୍ୟାଳୟ ତଥ୍ୟ ଅନୁସାରେ ଏହି ବ୍ଳକରେ ଚଳିତ ୨୦୧୯-୨୦ ଆର୍ଥୀକ ବର୍ଷରେ ରବି ଋତୁରେ ଚିନାବାଦାମ ଚାଷ ପାଇଁ କୋରୁଅ,ଡେରିକି, ଓଷକଣା ପଂଚାୟତକୁ ଚିହ୍ନଟ କରାଯାଇଛି । ଏହି ପଂଚାୟତର ଚାଷୀମାନଙ୍କ କିଛି ଚାଷ ଜମିକୁ ପ୍ୟାଚ ସିଲେକ୍ସନ କରାଯାଇଛି । ସେହି ପ୍ୟାଚରେ ଯେଉଁ ଚାଷୀମାନେ ରହିଛନ୍ତି ସେହିମାନଙ୍କୁ ଚିନାବାଦମ ମିନିକିଟ ପ୍ରଦାନ କରାଯାଇଛି । ସବୁଠାରୁ ବଡ କଥା ହେଲା କେଉଁ ଚାଷୀମାନଙ୍କୁ ଏହି କିଟମାନ ପ୍ରଦାନ କରାଯାଇଛି । କିପରି ସେମାନଙ୍କୁ ତାଲିକାଭୂକ୍ତ କରାଯାଇଛି ସେ ବିଷୟରେ ନାଉଗାଁ କୃଷି କାର୍ଯ୍ୟାଳୟ ତରଫରୁ ସଠିକ ତଥ୍ୟ ପ୍ରଦାନ କରାଯାଉ ନାହିଁ । ଯାହାଫଳରେ ଉକ୍ତ କିଟ୍ ସଠିକ ବଂଟନ କରାଯାଇଛି କି ନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଚିନାବାଦାମ ବିହନ ସରକାରୀ ମୂଲ୍ୟ କିଲୋ ପ୍ରତି ୫୨ଟଙ୍କା ଥିବା ବେଳେ ବେସରକାରୀ ଭାବେ ବଜାରରେ ଏହାର ମୂଲ୍ୟ ୭୦ ରୁ ୮୦ ଟଙ୍କା ରହିଥିବା ଅନେକ ଚାଷୀ ମତ ପ୍ରକାଶ କରିଛନ୍ତି । ସରକାର ପ୍ରଦତ ବିହନ ପ୍ରକୃତ ଚାଷୀଙ୍କ ନିକଟରେ ପହଂଚି ଛି କି ନାହିଁ କୃଷି କାର୍ଯ୍ୟାଳୟର ନିରବତା ତାହା ସନ୍ଦେହ ଘେରକୁ ଆଣିଛି ।ଏ ସଂର୍ପକରେ ନାଉଗାଁ କୃଷି ସହାୟକ ଅଧିକାରୀ ନିର୍ମାଲ୍ୟ ନାୟକଙ୍କୁ ପଚାରିବାରୁ ବିହନ ବଂଟନ କରିବା ପାଇଁ ଦାୟିତ୍ୱ ନେଇଥିବା ଅଧିକାରୀ ଚାଷୀଙ୍କ ତଥ୍ୟ ପ୍ରଦାନ କରିନାହାନ୍ତି । ସେମାନେ ତଥ୍ୟ ପ୍ରଦାନ କଲେ ଜଣାଇବି ବୋଲି କହିଥିଲେ । ତେଣୁ ସଠିକ ଭାବେ ଚାଷୀ ଚୟନ କରାଯିବା ସହିତ ସମସ୍ତଙ୍କୁ ସରକାରୀ ବିହନ ଯୋଗାଇବା ପାଇଁ ନବ ନିର୍ମାଣ କୃଷକ ସଙ୍ଗଠନର ଜିଲ୍ଲା ସହ ସଂଯୋଜକ ଅଶୋକ ସ୍ୱାଇଁ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ