ସରକାରୀ ବୃନ୍ଦାବନ ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ କାର୍ଯ୍ୟକ୍ରମ

ହିଂଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳିକାଟୁ ପୌରାଂଚଳ ସ୍ଥିତ ସରକାରୀ ବୃନ୍ଦାବନ ଉଚ୍ଚ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଦିନ ବନମହୋତ୍ସବ ଅବସରରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର ଓ ସମ୍ମାନିତ ଅତିଥି ଭାବେ ତହସିଲଦାର ଗୋପିନାଥ କୁଅଁର, ବ୍ରହ୍ମପୁର ବନବିଭାଗୀୟ ରେଂଜ ଅଫିସର ଏ. ରାଜା ରାଓ, ଇକୋ କ୍ଳବ ଜିଲ୍ଲା ସଂଯୋଜକ ଡ଼ଃ. ଶଙ୍କର ପ୍ରସାଦ ବେଜୋ ପ୍ରମୁକ ଯୋଗଦେଇ ବୃକ୍ଷରୋପଣର ମହତ୍ୱ ସମ୍ପର୍କରେ ଶିକ୍ଷାର୍ଥୀଙ୍କୁ ଅବଗତ କରାଇବା ସହ ବୃକ୍ଷରୋପଣ କରିବା ସକାଶେ ଶିକ୍ଷାର୍ଥୀଙ୍କ ମନରେ ଆଗ୍ରହ ସୃଷ୍ଟି କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପରିବେଷକୁ ସବୁଜ କରିବା ପାଇଁ ଅଧିକ ପରିମାଣରେ ବୃକ୍ଷରୋପଣ କରିବା ସହ ପ୍ଳାଷ୍ଟିକ ଓ ପଲିଥିନ ବ୍ୟବହାର ନକରିବା ପାଇଁ ଶପଥ ନେଇଥିଲେ । ବିଦ୍ୟାଳୟ ଇକୋ କ୍ଳବ ବାହୀନିଙ୍କ ସମେତ ଶିକ୍ଷାର୍ଥୀ ମାନେ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରଜାତିର ଶତାଧିକ ଚାରା ରୋପଣ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ