ସରକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଝୁଲୁଛି ତାଲା

ମୋହନା,(ଯୁଗାବ୍ଦ ନ୍ୟୁଜ୍‌) : ସରକାରୀ ଚାକିରିଆ ମାନେ ମାସିକ ଦରମା ପାଇ ମାଲାମାଲ ହୋଇ ବାହାରେ ବୁଲୁଛନ୍ତି । ଦିନ ଦ୍ୱିପହରରେ ସରକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଓଳିଏ ଖୋଲିଲେ ଓଳିଏ କାର୍ଯ୍ୟାଳୟରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି । ଏଭଳି ଘଟଣା ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଲକ ସବ୍‌ଟ୍ରେଜରି ଠାରୁ ମାତ୍ର ୫୦୦ ମିଟର ଦୁରତାରେ ସରକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଅବସ୍ଥିତ । ଅଫିସ ନିକଟରେ ଜଣେ ଏକ ପିଅନ ହାତରେ ଚାବି ଦେଇ ଅଫିସର ମାନେ ନିଜର ଘରକୁ ଚାଲିଯାଉଥିବା ଅଭିଯୋଗ ହେଉଛି । ଅନ୍ୟ ପଟେ ଚନ୍ଦ୍ର ଗିରି ରେ ମଧ୍ୟ ସମାନ ବ୍ୟବସ୍ଥା ଦେଖିବାକୁ ମିଳିଛି । ଏପରିକି ବାରମ୍ବାର ମୋହନା ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହି ଯନ୍ତ୍ରୀଙ୍କ ନଜରକୁ ନେଇଥିଲେ ମଧ୍ୟ କୈାଣସି ପ୍ରକାର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିନଥିବା ଦେଖିବାକୁ ମିଳିଛି । ତେବେ ଏଭଳି ଘଟଣାକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ କରିବା ନିମନ୍ତେ ଜନସାଧାରଣରେ ଦାବୀ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ