ସରକାରୀ ଯୋଜନାକୁ ନିଷ୍ଠାର ସହ କାର୍ଯ୍ୟକାରୀ କରିବି : ଗୀତାଞ୍ଜଳି
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ଜିଲ୍ଲା ପରିଷଦ ସଭାପତି ଭାବେ ନିର୍ବାଚିତ ହୋଇଥିବା ଗୀତାଞ୍ଜଳି ସେଠୀ ଲୋକଙ୍କ ସେବା କରିବାକୁ ଅଙ୍ଗୀକାର ବଦ୍ଧ ବୋଲି କହିଛନ୍ତି । । ମୁଖ୍ୟମନ୍ତ୍ରୀଙ୍କ ବିକାଶଧାରା ଯେପରି ସମଗ୍ର ରାଜ୍ୟରେ ଜାରି ରହିଛି କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ସେ ସେହିପରି ଭାବେ ଜାରି ରଖିବାକୁ ପ୍ରୟାସ କରିବେ ବୋଲି କହିଛନ୍ତି । କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଅନୁଦାନରେ ଜିଲ୍ଲାର ଉନ୍ନୟନ ପାଇଁ ସମସ୍ତ ପ୍ରକଳ୍ପକୁ ନିଷ୍ଠାର ସହ କାର୍ଯ୍ୟକାରୀ କରବେ ବୋଲି ସେ କହିଛନ୍ତି । ଜିଲ୍ଲା ପରିଷଦର ସମସ୍ତ ସଭ୍ୟଙ୍କୁ ସାଙ୍ଗରେ ନେଇ ଉନ୍ନୟନ କାର୍ଯ୍ୟର ସଫଳ ରୂପାୟନ ଦିଗରେ ସେ କାର୍ଯ୍ୟ କରିବେ । ପୂର୍ବରୁ ସେ ୨୦୦୨ରୁ ୨୦୦୭ମସିହା ପର୍ଯ୍ୟନ୍ତ ଜିଲ୍ଲା ପରିଷଦ ଉପ ସଭାପତି ଭାବେ କାର୍ଯ୍ୟ କରିଛନ୍ତି । ତେଣୁ ପୂର୍ବରୁ ଏଦିଗରେ ତାଙ୍କର ଅଭିଜ୍ଞତା ରହିଛି ।


