ସରକାରୀ ଯୋଜନାରୁ ବଞ୍ଚିତ ଅଞ୍ଚଳବାସି

ବାରିପଦା,(ମୁରାରୀ ମୋହନ ମହାପାତ୍ର):ମୟୁରଭଞ୍ଜ ଜିଲ୍ଲା ଏକ ଆସିବାସୀ ବହୁଳ ଜିଲ୍ଲା ଭାବେ ସାରା ରାଜ୍ୟରେ ପରିଚିତ ଥିବା ବେଳେ ଏହାର ଫାଇଦା ଉଠାଉଛନ୍ତି ସାରସକଣା ଗୋଷ୍ଠିଉନ୍ନୟନ ଅଧିକାରୀ, ସରକାର କରୁଛନ୍ତି ମାଳ ମାଳ ଯୋଜନା ହେଲେ ଯୋଜନା କେବଳ ଯୋଜନାରେ ହିଁ ସୀମିତ ରହୁଛି, ଯାହାର ଜଳନ୍ତ ଉଦାହରଣ ହେଉଛି ସାରସକଣା ବ୍ଲକ ଅଧୀନରେ ଥିବା ଉମଦେଇପୁର ଗ୍ରାମପଞ୍ଚାୟତ ୧୮ ନମ୍ବର ୱାର୍ଡର ଧବଣି ଗ୍ରାମ, ଆଜି ପର୍ଯ୍ୟନ୍ତ ଧବଣି ଗ୍ରାମରେ ସରକାରୀ ଯୋଜନାରେ ପିଇବା ପାଣି ପାଇଁ କୌଣସି ସୁବିଧା ହୋଇପାରି ନାହିଁ, ଗ୍ରାମ ବାସି ମାନେ ବାଲିକୂଅ ଉପରେ ହିଁ ନିର୍ଭର କରନ୍ତି, ଏହିଠୁ ଜଣାପଡେ ସାରସକଣା ବ୍ଲକ ଗୋଷ୍ଠିଉନ୍ନୟନ ଅଧିକାରୀ ତାଙ୍କ କାର୍ଯ୍ୟରେ କେତେ ମାହିର, ଶୀତତାପ ନିୟୋଜିତ ଗୃହ ମଧ୍ୟରେ ରହି ବଡ଼ ବଡ଼ କଥା କହୁଥିବା ଗୋଷ୍ଠିଉନ୍ନୟନ ଅଧିକାରୀ ରାଜ୍ୟ ସରକାରଙ୍କ ପାଣ୍ଠିରୁ ମୋଟା ଆକାରରେ ଦରମା ନେଇ ରାଜସୁଖ ଭୋଗରେ କରିବାରେ ମାହିର, ଯେଉଁ ଜନସାଧାରଣ ଙ୍କ ଟିକସ ପଇସାରେ ଦରମା ପାଉଛନ୍ତି ସେହି ଜନ ସାଧାରଣ ମାନଙ୍କୁ ସିଏ ଅଣଦେଖା କରୁଛନ୍ତି, ଆଗାମୀ ଦିନରେ ଯଦି ଏହାର ସମାଧାନ ନହୁଏ ବଡ଼ ଧରଣର ଜନ ଆନ୍ଦୋଳନ ଉପୁଜି ପରେ ଯାହାପାଇଁ ସମ୍ପୂର୍ଣ ଭାବେ ଦାଈ ରହିବେ ସାରସକଣା ଗୋଷ୍ଠି ଉନ୍ନୟନ ଅଧିକାରୀ ସୁମନ ରାଜ ମହାନ୍ତି, ସରକାର ଲୋକଙ୍କ ସୁବିଧା ପାଇଁ ଯୋଜନା କରି ଚାଲିଛନ୍ତି ପୁଣି ଅଫିସର ମାନଙ୍କୁ ତାଗିଦ୍ ମଧ୍ୟ କରୁଛନ୍ତି, କିନ୍ତୁ ବ୍ଲକ୍ ପ୍ରଶାସନ ଏହାକୁ ଅଣଦେଖା କରି ଚାଲିଛନ୍ତି, ସେ କଣ ଜାଣିନାହାନ୍ତି ଏଠାକାର ସମସ୍ୟା ?
“ଜଳ ହିଁ ଜୀବନ” ସମସ୍ତ
ଲୋକେ ଚାହାଁନ୍ତି ଭଲ ପାଣି ପିଇ ସଂକ୍ରମିତ ରୋଗରୁ ରକ୍ଷା ପାଇବେ,
ସରକାର ମଧ୍ୟ୍ୟ ଏଥିପ୍ରତି ଯତ୍ନବାନ ମଧ୍ୟ ଅଛନ୍ତି, କିନ୍ତୁ ଦୁଃଖର ବିଷୟ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଧବଣି ଗ୍ରାମର ଲେକେ, ଗାଆଁରେ ବହୁ ପୁରୁଣା ଟ୍ୟୁବୱେଲ ଟିଏ ଅଛି ସତ କିନ୍ତୁ ଏହାର ପାଣି ପିଇବା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ, କାରଣ ଏହାର ପାଣି ରେ ଏତେ ମାତ୍ରା ରେ ଆଇରନ ଅଛି ଯେ ଦାନ୍ତ ସବୁ ଲାଲ ହୋଇଯିବା ସହିତ ହଇଜା,ଡାଇରିଆ, କାଛୁ, କୁଣ୍ଡିଆ ଭଳି ଅନେକ ସଂକ୍ରାମକ ରୋଗରେ ଆକ୍ରାନ୍ତ ହୋଇଥାନ୍ତି, ଲୋକଙ୍କ କହିବା ଅନୁଯାଇ ପିଇବା ପାଣି ପାଇଁ ଗାଆଁ ମୁଣ୍ଡରେ ଥିବା ଏକ ନାଳ କଡରେ ଏକ ବାଲି କୂପ ଉପରେ ନିର୍ଭର କରନ୍ତି, ଦୁଃଖର ବିଷୟ ବର୍ଷା ଦିନେ ତାହା ମଧ୍ୟ ପାଣିରେ ବୁଡିଯାଏ।ଲୋକଙ୍କ କହିବା ମୁତାବକ ସରକାରୀ ଅଫିସରଙ୍କୁ ବାରମ୍ବାର ଅଭିଯୋଗ ସତ୍ତ୍ୱେ ଏହାକୁ ଅଫିସର ଗୁରୁତ୍ଵ ହେଉନାହାନ୍ତି, ସରକାର ଏହି ପାଣି ସମସ୍ୟାକୁ ଦୃଷ୍ଟିରେ ରଖି ଯଥାଶୀଘ୍ର ଏଠାରେ ଗୋଟିଏ ନଳକୂପ ଖନନ କଲେ ଲୋକେ ପାଣି ପିଇବା ସମସ୍ୟା ସହିତ ସଂକ୍ରମିତ ରୋଗରୁ ମୁକ୍ତି ପାଇଥାନ୍ତେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ