ସରକାରୀ ଯୋଜନା ପାଲଟିଛି ସାତ ସପନ

ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):ଉଭୟ କେନ୍ଦ୍ର ଓ ରାଜ୍ଯ ସରକାର ଦେଶ ଓ ଜନତାର ବିକାଶ ଡିଣ୍ଡିମ ପିଟୁଥିବା ବେଳେ ସ୍ଵାଧୀନତା ର ଦୀର୍ଘ ଦଶନ୍ଧି ପରେ ମଧ୍ଯ ଲୋକେ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ରହିଛନ୍ତି। ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଓ ପ୍ରଶାସନିକ ଅବହେଳା ର ଶିକାର ହେଉଛନ୍ତି ନିରିହ ଜନସାଧାରଣ। ଏହିଭଳି ଏକ ନିଚ୍ଛକ ଉଦାହରଣ ଦେଖିବାକୁ ମିଳେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତ ଅନ୍ତର୍ଗତ ବଣପାହାଡ ଘେରା ହାଡ଼ସିଲ୍ ପୁରୁଣାପଡ଼ାରେ । ଆଦିବାସୀ ଲୋକ ମାନଙ୍କ ପାଇଁ ଉଦ୍ଧିଷ୍ଟ ବିଭିନ୍ନ ଯୋଜନା ଵର୍ତମାନ ମଧ୍ଯ ଅପହଞ୍ଚ ଲୋକଙ୍କ ପାଖରେ ।ସରକାର ଗ୍ରାମାଞ୍ଚଳ ଲୋକମାନଙ୍କ ପାଇଁ କୋଟି କୋଟି ଟଙ୍କା ର ବ୍ୟୟ ବରାଦ କରି ଅନେକ ଯୋଜନା ମାନ ପ୍ରସ୍ତୁତ କରୁଛନ୍ତି, କିନ୍ତୁ ଶାସକ ଦଳ ନେତା ଓ ପ୍ରଶାସନ ର ଅବହେଳା କାରଣରୁ ପହଞ୍ଚିପାରୁନି ଯୋଜନା। ପ୍ରାୟ ୩୦ ରୁ ୪୦ ଘର ବସବାସ କରୁଥିବା ଏହି ଗ୍ରାମରେ ଭୋଟର ଙ୍କ ସଂଖ୍ୟା ପ୍ରାୟ ୧୫୦ ହେବ, ଆଜିକୁ ପ୍ରାୟ ୬୦/୭୦ ବର୍ଷ ଧରି ଅବସ୍ଥାପିତ ଗାଁ ରାସ୍ତା ଦେଇ ଇନ୍ଦିରାବତୀ ଯୋଜନା କାମ ଚାଳୁଥିବା ସମୟରେ ଅନେକ ବଡ଼ ବଡ଼ ଗାଡି ଜୟପାଟଣା ନବରଙ୍ଗପୁର କୁ ଯିବା ଆସିବା କରୁ ଥିଲା ଏହି ରାସ୍ତା ଅନେକ ଗ୍ରାମ କୁ ସଂଯୋଗ କରୁଛି ।ହେଲେ ଗାଆଁ ଅବସ୍ଥା କହିଲେ ନ ସରେ । ଗ୍ରାମ ର ମୁଖ୍ୟ ସମସ୍ୟା ରାସ୍ତା ଘାଟ ର ଅସୁବିଧା, ନା ଅଛି ଭଲ ରାସ୍ତା ଟେ, ପାହାଡିଆ ପଥର ରାସ୍ତା ଉପରେ ରେ ଲୋକ ମାନଙ୍କ ଯାତାୟତ ଗାଁ – ପାନୀୟ ଜଳ ର ସମସ୍ୟା, ନ କହିବା ବି ଭଲ ଗାଁବାସୀ ପାହାଡର ଝରଣା ଜଳ ବ୍ୟବହାର କରି ଜୀବନ ବଞ୍ଚାଉଛନ୍ତି, ବର୍ଷା ଦିନେ ଗୋଳିଆ ପାଣି ବ୍ୟବହାର କରି ଅନେକ ରୋଗ ବ୍ୟାଧି ପିଡିତ ହେଉଛନ୍ତି, ଏ ମାନଙ୍କ ପାଇଁ ସରକାର ଙ୍କ ବସୁଧା ଯୋଜନା ସାତ ସପନ।ଅବ୍ୟବସ୍ଥା ରେ ଶିକ୍ଷା ବ୍ୟବସ୍ଥା ଛୋଟ ଛୋଟ ପିଲା ଛୁଆ ପଢ଼ିବା ପାଇଁ ନା ଅଛି , ଅଙ୍ଗନୱାଡ଼ି, ନା ଅଛି ବିଦ୍ୟାଳୟ। ଦୀର୍ଘ ୨୨ବର୍ଷ ଓଡିଶା କୁ ଶାସନ କରୁଥିବା ଶାସକ ଦଳ ଶାସନ ଗାଦିରେ ଥାଇ ମଧ୍ୟ ଶାସକ ଦଳର କୌଣସି ଜନପ୍ରତିନିଧି ଙ୍କ ପାଦ ପଡି ନାହିଁ ଗ୍ରାମରେ । ଏପର୍ଯ୍ୟନ୍ତ ଜିଲ୍ଲା ପରିଷଦ, ବିଧାୟକ , କିମ୍ବା ସାଂସଦ କାହାରି ବି ଗାଁ ପ୍ରତି ପରିଦର୍ଶନ ତ ଦୂରର କଥା ସାମାନ୍ୟ ସମ୍ବେଦନଶୀଳ ମନୋଭାବ ମଧ୍ଯ ଦୃଷ୍ଟି ଗୋଚର କୁ ଆସିନାହିଁ। ହାତ ପାହାନ୍ତାରେ ଭାରତବର୍ଷର ଲୋକେ ଉଡାଜାହାଜ ର ସୁବିଧା ପାଉଥିବା ବେଳେ ସ୍ଵାଧୀନତା ର ଦିର୍ଘ ଦଶନ୍ଧି ପରେ ମଧ୍ଯ ନ୍ୟାର୍ଯ୍ୟ ଅଧିକାର ରୁ ବଞ୍ଚିତ ହାଡ଼ସିଲ ଗ୍ରାମବାସୀ ମାନଙ୍କୁ ସମ୍ବିଧାନ ଓ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ର ବିକାଶ ଦାୟିତ୍ଵ ନେଇଥିବା ମାନ୍ୟବର ବିଧାୟକ ପ୍ରଦୀପ ଦିଶାରୀ ଙ୍କ ଦୃଷ୍ଟି କେବେ ପଡିବ ଦେଖିବାକୁ ବାକି ରହିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ