ସରକାରୀ ଯୋଜନା ର ପ୍ରଚାର ନିମନ୍ତେ କଳାକାର ପ୍ରଶିକ୍ଷଣ ଶିବିର
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଳକ ସମ୍ମିଳନୀ କକ୍ଷରେ ରବିବାର ବ୍ଳକ କଳା ସଂସ୍କୃତି ସଂଘ ସଭାପତି ତଥା ଦିଗପହଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ. ଚିତ୍ତରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଲୋକକଳା ଦ୍ଵାରା ସରକାରୀ ଯୋଜନା ଗୁଡ଼ିକର ପ୍ରଚାର ପ୍ରସାର ନିମନ୍ତେ କଳାକାର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ସୂଚନା ଶିକ୍ଷା ଓ ଯୋଗାଯୋଗ ଉପକ୍ରମରେ ଆୟୋଜିତ ଶିବିରରେ ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷା ଯମୁନା ନାୟକ , ଜିଲା କଳା ସଂସ୍କୃତି ସଂଘ ଉପସଭାପତି ସନ୍ତୋଷ କୁମାର ପାଢୀ , ଜିପିଇଓ ଉମେଶ କୁମାର ସେଠୀ , ବ୍ଲକ କଳାକାର ସଂଘ ଉପସଭାପତି ବିପିନ ବିହାରୀ ଦାସ , ପ୍ରହଲ୍ଲାଦ ନାଟକ ବରିଷ୍ଠ ଗୁରୁ ଦାସରଥୀ ରେଡ୍ଡୀ , ବି ଏସ୍ ଏସ୍ ଓ ରଶ୍ମୀ ପ୍ରକାଶିନୀ ଜାନୀ ମଞ୍ଚାସୀନ ରହି ବିଭିନ୍ନ ସ୍ତରର କଳାକାରଙ୍କ ପ୍ରତିଭା ଲୋକଲୋଚନକୁ ଆଣିବା ନିମନ୍ତେ ଏବଂ ବ୍ଳକର ୬୦ ଟି କଳାକାର ସଂଘ ସଦସ୍ୟ ମାନେ ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ୧୫ ଟି ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ଗ୍ରାମାଞ୍ଚଳରେ ଲୋକଙ୍କୁ କିପରି ପ୍ରଚାର ଓ ପ୍ରସାର ମାଧ୍ୟମରେ ସଚେତନ କରିପାରିବେ ତାହାକୁ ନେଇ ବାଘ ନାଚ ଓ ଭାରତ ଲୀଳା ମାଧ୍ୟମରେ କଳାକାରଙ୍କୁ ତାଲିମ ଦିଆଯାଇଥିଲା । ରାଜ୍ୟ ସଂସାଧନ ସଭ୍ୟ ଆଲୋକ ବିଷୋୟୀ ମଞ୍ଚ ପରିଚାଳନା କରିଥିବା ବେଳେ ବହୁ କଳାକାର ସଂଘ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ ।