ସରକାରୀ ରାସ୍ତା ପାଶ୍ୱର୍ରୁ ବେଆଇନ ଗଛ କଟା: ରାଜସ୍ୱ ବିଭାଗ ନିରବଦ୍ରଷ୍ଟା

ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ବ୍ଲକ ଶିଆଳିଆ-ବରହମପୁର ପୂର୍ତ୍ତ ବିଭାଗ ରାସ୍ତାରେ ବେଆଇନ ଗଛ କଟା ଯାଉଥିବା ବେଳେ ରାଜସ୍ୱ ବିଭାଗ ନିରବଦ୍ରଷ୍ଟା ସାଜିଛି । ପ୍ରକାଶ ଯେ, ଦୀର୍ଘ ବର୍ଷ ତଳେ ଉକ୍ତ ରାସ୍ତା ପାଶ୍ୱର୍ରେ ଜଙ୍ଗଲ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକାରର ଗଛ ଲଗାଇ ଯାଇଥିଲା । ଫଳରେ ପରିବେଶ ସୁସ୍ଥ ରହିବା ସହିତ ସାଧାରଣ ଯାତ୍ରୀ ମାନେ ଉପକୃତ ହେବାର ଲକ୍ଷ୍ୟ ରଖାଯାଇଥିଲା । ମାତ୍ର ଉକ୍ତ ଗଛ ଗୁଡିକୁ ସ୍ଥାନୀୟ ଅଞ୍ଚଳର ଲୋକେ ବେଆଇନ ଭାବେ କାଟି ନେଉଥିବାର ଦେଖାଯାଉଛି । ଏଥିପ୍ରତି ରାଜସ୍ୱ ବିଭାଗର ନଜର ରହୁନାହିଁ । ତେବେ ସଂପୃକ୍ତ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ