ସରକାରୀ ଵୃନ୍ଦାବନ ବିଦ୍ୟାଳୟର ନୂତନ ପରିଚାଳନା କମିଟି ଗଠିତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳିକାଟୁ ପୌରାଞ୍ଚଳ ସରକାରୀ ଵୃନ୍ଦାବନ ବିଦ୍ୟାଳୟରେ ନୂତନ ପରିଚାଳନା କମିଟି ଗଠନ କରାଯାଇଛି। ଶୁକ୍ରବାର ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନିଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ଅଭିଭାବକ ଓ ସ୍ଥାନୀୟ ଭଦ୍ରବ୍ୟକ୍ତି ମାନେ ଉପସ୍ଥିତ ରହିଥିଲେ। କରୋନା ମହାମାରୀ ସ୍ଥିତି ସ୍ବାଭାବିକ ହେବା ପରେ ବର୍ତ୍ତମାନ ଅଷ୍ଟମ ଶ୍ରେଣୀର ଶିକ୍ଷାର୍ଥୀ ମାନଙ୍କୁ ନେଇ ବିଦ୍ୟାଳୟରେ ପାଠ ପଢ଼ା ଆରମ୍ଭ ହୋଇଛି। ସେହିପରି ରାଜ୍ୟର ସମସ୍ତ ବିଦ୍ୟାଳୟ ଗୁଡ଼ିକରେ ପୁରୁଣା ପରିଚାଳନା କମିଟିକୁ ଭାଙ୍ଗି ନୂତନ କମିଟି ଗଠନ ପାଇଁ ସରକାର ପ୍ରସ୍ତାବ ଦେଇଥିଲେ । ଏହି ଅବସରରେ ଶୁକ୍ରବାର ଦିନ ସରକାରୀ ଵୃନ୍ଦାବନ ବିଦ୍ୟାଳୟର ନୂତନ ପରିଚାଳନା କମିଟି ଗଠନ କରାଯାଇଥିଲା । ସର୍ବସମ୍ମତି କ୍ରମେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଭାବେ ଵିଦ୍ୟାଳୟର ପୁର୍ଵତନ ପ୍ରଧାନ ଶିକ୍ଷକ ସ୍ଵର୍ଗତ କିଶୋର ଚନ୍ଦ୍ର ପଣ୍ଡାଙ୍କ ନାତି ତଥା ସାମାଜିକ କର୍ମୀ ବିଭୁପ୍ରସାଦ ପଣ୍ଡା ଏବଂ ଗାୟତ୍ରି ପଣ୍ଡାଙ୍କୁ ଉପସଭାପତି ଭାବେ ମନୋନୀତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଅଭିଭାବକ ମାନେ ନୂତନ ସଭାପତି ବିଭୁପ୍ରସାଦ ପଣ୍ଡା ଓ ଉପସଭାପତି ଗାୟତ୍ରୀ ପଣ୍ଡାଙ୍କୁ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସ୍ବାଗତ କରିଥିଲେ। ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ଦିଗରେ ନିଜକୁ ଉତ୍ସର୍ଗ କରି କାର୍ଯ୍ୟ କରିବେ ବୋଲି ଉଭୟ ସଭାପତି ଓ ଉପସଭାପତି ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ବିଦ୍ୟାଳୟର କିରାଣି ମଧୁ ସୂଦନ ପଣ୍ଡା ବିଦ୍ୟାଳୟ ପରିଚାଳନା କମିଟିର କାର୍ଯ୍ୟଶୈଳୀ ବିଷୟରେ ଉପସ୍ଥିତ ସମସ୍ତ ଅଭିଭାବକ ମାନଙ୍କୁ ବୁଝାଇଥିଲେ।ଏହି କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷକ ଲାଲମୋହନ ସାହୁପରିଚାଳନା କରିଥିବା ବେଳେ ଅଖିଳ ପଣ୍ଡା ଓ ରଶ୍ମିତା ପାଢି,ଭାରତି ଚୌଧୁରୀ ,ରଶ୍ମିତା ଦାଶ,ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।