ସରକାରୀ ସପ୍ଲାଇ ପାଣିରେ କଲିଫର୍ମ ବେକ୍ଟ୍ରିୟା ବାହାରିବା ପରେ ଗାଁରେ ଶୁଦ୍ଧ ପାଣି ଯୋଗାଇବାକୁ ପ୍ରୟାସ

ମୋହନା, (ଅଂଶୁମାନ ପଣ୍ଡା) : ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକର ଗୋବିନ୍ଦପୁର ଗ୍ରାମରେ ଝାଡାବାନ୍ତିରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଂଚିଥିବା ବେଳେ ଆଜି ଜଣେ ମହିଳା ଝାଡା ବାନ୍ତିରେ ଆକ୍ରାନ୍ତ ହୋଇ ମେଡ଼ିକାଲ ଭର୍ତ୍ତି ହୋଇଛନ୍ତି । ଗ୍ରାମର ପ୍ରାୟ ୨୦ଜଣ ସୁସ୍ଥ ହୋଇ ଗାଁକୁ ଫେରିଥିବା ବେଳେ ଏବେ ବି ମେଡିକାଲରେ ୩ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ଗାଁରେ ଗତ ୨୬ ତାରିଖରେ ପ୍ରଥମେ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇ ୫ଜଣ ମୋହନା ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଜଣେ ବର୍ଷ ନାବାଳିକାର ମୃତ୍ୟୁ ଘଟିଥିଲା । ଗାଁରେ ଡ଼ାକ୍ତରୀ ଟିମ ଗାଁରେ ପହଂଚି ଲୋକଙ୍କୁ ସଚେତନ କରିଥିବା ବେଳେ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିଥିଲେ ମଧ୍ୟ ଝାଡା ବାନ୍ତି ଅଜ୍ରାନ୍ତଙ୍କ ସଂଖ୍ୟା ବଢ଼ି ବାରେ ଲାଗିଛି । କେଉଁ କାରଣରୁ ଝାଡା ବାନ୍ତି ବ୍ୟାପୁଛି । ସେଥିପାଇଁ ଗାଁର କୂଅ, ନଳକୂଅ ଆଦି ୮ଟି ସ୍ଥାନରୁ ପାଣି ନମୁନା ସଂଗ୍ରହ କରି ଲ୍ୟାବଟ୍ରି ପରୀକ୍ଷା ପାଇଁ ପଠା ଯାଇଥିଲା। ଗତକାଲି ରିପୋର୍ଟ ଆସିବା ପରେ ସରକାରୀ ସପ୍ଲାଇ ପାଣିରେ କୋଲିଫର୍ମ ବେକ୍ଟ୍ରିୟା ଥିବା ଜଣାପଡିଛି । ସେହି କାରଣରୁ ଝଡା ବାନ୍ତି ବ୍ୟାପୁଛି ବୋଲି ସ୍ପଷ୍ଟ ହୋଇଛି । ଗତକାଲି ଉପଜିଲ୍ଲାପାଳ ମେଡ଼ିକାଲକୁ ଯାଇ ସ୍ଥିତି ଅନୁଧ୍ୟାନ କରି ଫେରିଥିବା ବେଳେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ନିର୍ଦେଶକ ଗୋବିନ୍ଦପୁର ଗାଁର ଗସ୍ତ କରି ଆକ୍ରାନ୍ତ ପରିବାରକୁ ଯାଇ ସତେଚନ କରି ଫେରିଛନ୍ତି । ଗାଁ ଲୋକେ ଭୟଭୀତ ହୋଇ ରହୁଥିଲା ବେଳେ ପିଇବା ପାଣି ହନ୍ତସନ୍ତ ହେଉଛନ୍ତି ।ଏବେଗାଁରେ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ଯନ୍ତ୍ରୀ ପହଂଚି ଯେଉଁ ସପ୍ଲାଇ ପାଣିରେ ବେକ୍ଟ୍ରିୟା ରହିଛି ସେହି ଜଳ ଯୋଗାଣକୁ ବନ୍ଦ କରିଛନ୍ତି । ବିଡ଼ିଓ ମଧ୍ୟ ଗାଁକୁ ଯାଇ ଗାଁରେ କିଭଳି ଜଳ ଯୋଗାଣ ହୋଇପାରିବ ସେଥିପାଇଁ ଗାଁରେ ଥିବା ୫ଟି ସ୍କୁଲରୁ ଅସ୍ଥାୟୀ ଭାବେ ଏକ ବୋଉରୁ ପିଇବା ପାଣି ଯୋଗାଇବା ପାଇଁ ଯନ୍ତ୍ରୀ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯାହାକି ଟାଙ୍କି ମାଧ୍ୟମ ରେ ପ୍ରତେକ ସାହି କୁ ଯୁଗା ଯାଇଦିଆଯିବ ହେଲେ ଉକ୍ତ ବୋର୍ ରୁ ସଫିସେଣ୍ଟ ପାଣି ହେବ ନାହିଁ ବୋଲି ଗ୍ରାମ ବାସୀ କହିଛନ୍ତି ଗ୍ରାମ ବାସୀ ଙ୍କ ଦାବୀ ରହିଛି ତୁରନ୍ତ ବସୁଦ୍ଧ ଯୋଜନା ରେ ନିର୍ମାଣ ହୋଇଥିବା ଟାଙ୍କି ନିକଟରେ ବୋର୍ ଖନ୍ଦନ କରିବା ପାଇଁ ସେପଟେ ଜିଲ୍ଲା ପାଳ ଜଳ ଯୋଗାଣ ବିଭାଗ ଯନ୍ତ୍ରୀଙ୍କ ଉପରେ ବର୍ତ୍ତମାନ ସୁଦ୍ଧା କୋଣଶୀ ପଦକ୍ଷେପ ନ ନେଇଥିବା ରୁ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ