ସରକାରୀ ସହାୟତା ଅପେକ୍ଷାକୁ ଅନାଇ ବସିଛି ଆବାସ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଳକର  ବପଲମେଣ୍ଡି(ଏଲ୍) ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାନାବାଡ଼ି ଗ୍ରାମର ଆବାସ ନାୟକ ଦୀର୍ଘ ୬ବର୍ଷ ତଳେ ରାସ୍ତାର ଯିବା ବେଳେ ହଠାତ୍ ଏକ ଗଛ ତାହାରି ଉପରେ ପଡ଼ିଯାଇଥିଲା। ଫଳରେ ଆବାସରେ ଗୋଡ଼ ଭାଙ୍ଗିଯାଇଥିଲା। ସେହିସମୟରେ ଗୁୁରୁତର ଅବସ୍ଥାରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ନେଇ ଚିକିତ୍ସା କରିଥିଲେ ପରିବାର ଲୋକେ। କିନ୍ତୁ କାଳକ୍ରମେ ଭାଙ୍ଗିଯାଇଥିବା ଅଂଶ ଭଲ ହୋଇ ପାରିନଥିଲା। ବର୍ତ୍ତମାନ ତାହା ଦିନକୁ ଦିନ ଗୁରୁତର ହେବା ସହିତ ଦିନକୁ ଦିନ ବିପଦ ଆଡ଼କୁ ଗତି କରିଛି। ପରିବାର ପକ୍ଷରୁ ଅଧିକ ଚିକିତ୍ସା କରିବା ସମ୍ଭବ ହେଉନାହିଁ। ତଥାପି ଯଥା ସମ୍ଭବ ପରିବାର ପକ୍ଷରୁ ବିଭିନ୍ନ ବଡ଼ ବଡ଼ ଡ଼ାକ୍ତରଖାନାକୁ ନେଇ ଚିକିତ୍ସା କରିଥିଲେ। ସବୁ ଆଡ଼େ ଅଧିକ ଚିକିତ୍ସାର ଆବଶ୍ୟକ ଓ ଏଥି ପାଇଁ ବହୁ ଟଙ୍କାର ଆବଶ୍ୟକ ବୋଲି ପରାମର୍ଶ ଦେଇଥିଲେ। ସରକାରୀ ସହାୟତା ପାଇଁ ଗତ ଦିନରେ ପରିବାର ପକ୍ଷରୁ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିବା ବେଳେ ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ ମଧ୍ୟ ତାହା ଯଥେଷ୍ଟ ହୋଇନଥିଲା । ଦିନକୁ ଦିନ ଏହା ଅଧିକ ଗୁରୁତର ହେବା ସହିତ ଗୋଡ ନକାଡ଼ିଲେ ପରବର୍ତ୍ତୀ ସମୟରେ ଏହା କ୍ୟାନସର ହେବା ସମ୍ଭାବନା ଥିବାର ନେଇ ତାଙ୍କ ଚିକତ୍ସା ସମୟରେ ପରାମର୍ଶ ଦିଆଯିବା ଫଳରେ କୋଭିଡ଼୍ କଟକଣା ସମୟରେ ପରିବାର ବାରମ୍ବାର ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ସମ୍ଭବ ହୋଇ ନାହିଁ। ଏଭଳି ସ୍ଥଳେ ତୁରନ୍ତ ଆବାସର ସରକାରୀ ସ୍ତରରେ ଚିକିତ୍ସା କରାଇବାରେ ସହଯୋଗ ପାଇଁ ସରପଞ୍ଚ ଶାରଦା କହଁର , ଜିଲା ପରିଷଦ ସଭ୍ୟ ରଂଜନ କୁମାର ମଲିକ ଓ ବାପା ବିଶ୍ୱାମିତ୍ର ନାୟକ ଓ ଅନ୍ୟ ଗ୍ରାମବାସୀ ମାନେ ନିବେଦନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ