ସରକାରୀ ସହାୟତା ସାତ ସପନ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଗଂଜାମ ଜିଲ୍ଲା ସୋରଡା ବ୍ଲକ କେଳାଘାଇ ସାହିରେ ଅତିଦୟନୀୟ ଭାବେ କାଳ କାଟୁଛନ୍ତି କାମ୍ପ ନାଇକଙ୍କ ପରିବାର । ଏଥିପ୍ରତି ସତେ ଯେମିତି ସରକାରୀ ପ୍ରଶାସନର କୈାଣସି ନିଘା ନାହିଁ । ତିତିଲି ଓ ଫନୀ ଭଳି ସାମୁଦ୍ରିକ ଝଡର ପ୍ରଭାବରେ ଗରିବର ମେରୁଦଣ୍ଡକୁ ଦୋହଲାଇ ଦେଇଥିବା ବେଳେ ସରକାରୀ ସହାୟତା ଏହି ଗରିବ ଅସହାୟ ମାନଙ୍କ ପାଇଁ ସାତ ସପନ ପାଲଟିଛି । ତିତିଲି ଓ ଫନି ଭଳି ବାତ୍ୟା ଚାଲିଯାଇଛି ସତ କିନ୍ତୁ ଗରିବ ଆଖିର ଲୁହ ପୋଛିବାକୁ ସତେ ଯେମିତି କାହାର ନଜିର ନାହିଁ ।ମନେ ହେଉଛି ଏମାନଙ୍କ ପାଇଁ ସରକାରୀ ସହାୟତା ସାତ ସପନ ପାଲଟିଛି । ପରିବାର କହିଲେ କାମ୍ପ ନାଇକ ଓ ତାଙ୍କ ପତ୍ନୀ ସମେତ ଦୁଇ ବୃଦ୍ଧ ବାପା ଓ ମା । ଘରର ଏକ ମାତ୍ର ରୋଜଗାରିଆ ପୁଅ କାମ୍ପ ନାଇକ ଖଜୁରୀ ଗଛର ବାଉଙ୍ଗାରେ ଛାଞ୍ଚୁଣୀ ପ୍ରସ୍ତୁତ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ପରିବାର ଚଳାଇବା କାଠି କର ପାଠ । ତିତିଲି ଓ ଫନୀ ଭଳି ସାମୁଦ୍ରିକ ଝଡରେ ଘର ଭାଙ୍ଗି ଯାଇଥିବା ବେଳେ ପଲିଥିନ ଟାଣି ଚାଳ ଛପର ଘରେ ରହୁଛନ୍ତି । ଚାଳ ଛପର ଘର ମଧ୍ୟ କେତେ ବେଳେ ଭୁଷୁଡି ପଡିବ କିଏ କିଛି କହିପାରିବ ନାହିଁ । ଏଭଳି ପରିସ୍ଥିତିରେ ସରକାରୀ ସହାୟତା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନାଁ ଆସିଥିବା ବେଳେ କିଛି ଅଧିକାରୀ ଲାଂଚ ମାଗୁଥିବାରୁ ସରକାରୀ ତରଫରୁ କୈାଣସି ସହାୟତା କରାଯାଉନଥିବା ସେ କୋହଭରା କଣ୍ଠରେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ