ସରକାରୀ ସ୍ଥାନରେ ଗୃହ ନିର୍ମାଣକୁ ବିରୋଧ କଲେ ଗ୍ରାମବାସୀ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ତହସିଲ ଗଣିଜାଙ୍ଗ ରାଜସ୍ୱ ନୀରିକ୍ଷକ କାର୍ଯ୍ୟାଳୟ ଅଧିନ ନାରାୟଣପୁର ଗ୍ରାମରେ ସରକାରୀ ସ୍ଥାନରେ ପକ୍କା ଘର ନିର୍ମାଣକୁ ଗ୍ରାମବାସୀ ମାନେ ବିରୋଧ କରିବା ସହ ତହସିଲଦାରଙ୍କ ଠାରେ ଅଭିଯୋଗ କରିଛନ୍ତି । ପ୍ରକାଶ ଯେ, ଗଣିଜାଙ୍ଗ-ରାମକୃଷ୍ଣପୁର ପି.ଏମ୍‌.ଜି.ଏସ.ୱାଇ ରାସ୍ତାର ନାରାୟଣପୁର ଛକସ୍ଥିତ ଏକ ସରକାରୀ ଜାଗାକୁ ସେହି ଗ୍ରାମର ଜନୈକ ବ୍ୟକ୍ତି ଜବରଦଖଲ କରି ଏକ ପକ୍କା ଘର ନିର୍ମାଣ କରୁଛନ୍ତି । ଉକ୍ତ ସ୍ଥାନରେ ଗୃହ ନିର୍ମାଣ ହେଲେ ଗୋରୁ ଗାଈ ଚରିବା, ଯାତାୟତ କରିବା, ଉନ୍ନୟନ ମୂଳକ କାର୍ଯ୍ୟ କରିବାରେ ଅସୁବିଧା ସୃଷ୍ଟି ହେବ ବୋଲି ଜଣାଯାଇଛି । ଏହି ସ୍ଥାନରେ ଘର ତିଆରି ହେଲେ ଗ୍ରାମର ଅନ୍ୟ ବ୍ୟକ୍ତି ମାନେ ସେଠାରେ ସ୍ଥାୟୀ ଘର ତିଆରି କରିବାର ଆଶଙ୍କା ପ୍ରକାଶ ପାଇଛି । ଏହି ସ୍ଥାନଟି ମୁଖ୍ୟ ରାସ୍ତା ପାଶ୍ୱର୍ରେ ହୋଇଥିବାରୁ ଭବିଷ୍ୟତରେ ରାସ୍ତା ପ୍ରଶସ୍ତିକରଣରେ ସମସ୍ୟା ହେବ ବୋଲି ଗ୍ରାମବାସୀ କହିଛନ୍ତି । ସରକାରୀ ସ୍ଥାନରେ ବେଆଇନ ଘର ନିର୍ମାଣକୁ ବନ୍ଦ କରିବା ନେଇ ଗ୍ରାମର ରଘୁନାଥ ପାଣିଗ୍ରାହୀ, ଭୀମସେନ ଦାସ, ଜଗନ୍ନାଥ ପାଣିଗ୍ରାହୀ, ଚକ୍ରଧର ଦାସ, ସବିତା ଦାସ, ମଦନ ଦାସ, ଶ୍ରୀମତୀ ଦାସ, କିରଣବାଳା ବାରିକ, କୈଳାସ ଦାସଙ୍କ ସମେତ ବହୁ ବ୍ୟକ୍ତି ତହସିଲଦାରଙ୍କ ଠାରେ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ