ସରକାର କୃଷି ଉପରେ ଗୁରୁତ୍ୱ ଦିଅନ୍ତୁ : ବିକାଶ ସାମ୍ମୁଖ୍ୟ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଆମ ରାଜ୍ୟ ଏକ କୃଷି ଭିତ୍ତିକ ରାଜ୍ୟ ହୋଇଥିବା ବେଳେ ବିଶେଷ ଭାବେ ଆମ କେନ୍ଦ୍ରାପଡା ଜିଲ୍ଲା କୃଷି ଉପରେ ନିର୍ଭରଶୀଳ । କେନ୍ଦ୍ରାପଡା ଜିଲ୍ଲା ବିକାଶ ସାମ୍ମୁଖ୍ୟ କାର୍ଯ୍ୟାଳୟ ପରିସରରେ ବିଶିଷ୍ଟ ଚାଷୀ ଭାଗିରଥି ଜେନାଙ୍କ ସଭାପତିତ୍ୱରେ ଏକ ସଭା ବିକାଶ ସାମ୍ମୁଖ୍ୟ ଦ୍ୱାରା ଆୟୋଜନ କରାଯାଇଥିଲା । ସର୍ବ ପ୍ରଥମେ ପଦ୍ମଶ୍ରୀ ବିଣାପାଣୀ ଦେବୀଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା । ସାମ୍ମୁଖ୍ୟର ସଂପାଦକ ଅଧ୍ୟାପକ ଅଜୟ ସାମଲ ଦୀର୍ଘଦିନ ଧରି ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡା ଏବଂ ମାର୍ଶାଘାଇ ମୁଖ୍ୟ କେନାଲ ଗୁଡିକରେ ମରାମତି ଆଳରେ ଖରିଫ ଏବଂ ଗ୍ରୀଷ୍ମ ଋତୁରେ ଜଳ ଯୋଗାଇ ଦିଆଯାଉନଥିବାରୁ ଜଳ ଅଭାବରୁ ସାଧାରଣ ଲୋକ ଆଉଟୁ ପାଉଟୁ ହେବା ସହ ଦୁର୍ବିସହ ହୋଇପଡୁଛନ୍ତି । ପୂର୍ବରୁ ମୁଗ ଏବଂ ନଳିତା ଚାଷ ପାଇଁ ପ୍ରଚୁର ପରିମାଣରେ କେନାଲ ଦ୍ୱାରା ଜଳ ପ୍ରବାହ ହେଉଥିଲା । ଏବେ ତାହା ସ୍ୱପ୍ନରେ ପରିଣତ ହେଲାଣି । ବୈଠକରେ କେନାଲରେ ଜଳ ଯୋଗାଣ ସହ କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ଏବଂ ଉନ୍ନତ ମାନର ବିହନ ଚାଷୀମାନଙ୍କୁ ଯୋଗାଇ ଦେବାକୁ ସରକାରଙ୍କୁ ନିବେଦନ କରାଯାଇଥିଲା । ପାଣି ନାହିଁ ତ ଜଳକର ନାହିଁ ଏହି ନ୍ୟାୟରେ ଆଗାମୀ ଦିନରେ ଚାଷୀମାନେ ସଂଗଠିତ ହୋଇ ସ୍ୱର ଉତ୍ତୋଳନ କରିବା ପାଇଁ ସଂଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଥିଲା । ବୈଠରେ ଡକ୍ଟର ଉପେନ୍ଦ୍ର ନାଥ ପ୍ରଧାନ, ବୈଷ୍ଣବ ଚରଣ ସ୍ୱାଇଁ, ବଳରାମ ସାହୁ, ଅମୀୟ କୁମାର ନାୟକ, ନେତ୍ରାନନ୍ଦ କର, ମଧୁସୁଦନ ବାରିକ, ଗୈାରାଙ୍ଗ ଚରଣ ସାହୁ, ଶ୍ରୀନିବାସ ପରିଡା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରି ଅକ୍ଷୟ ତୃତୀୟାର ମାହାତ୍ମ୍ୟ ସଂପର୍କରେ ଆଲୋକପାତ କରିଥିଲେ । ସଂଗଠନର କର୍ମକର୍ତ୍ତା ସୁରେଶ ଚନ୍ଦ୍ର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିବା ସହ ସରକାର ଉପରୋକ୍ତ ଚାଷୀମାନଙ୍କ ସମସ୍ୟା ଉପରେ ଗୁରୁତ୍ୱଆରୋପ କରିବା ପାଇଁ ଅନୁରୋଧ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ