ସରକାର ଦାବି ପୁରଣ ନ କଲେ ଆନ୍ଦୋଳନକୁ ଓହ୍ଲାଇବ ରାଜ୍ୟ ବାଦ ପଡ଼ିଥିବା ଗଣଶିକ୍ଷକ
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲାର ବିଭିନ୍ନ ସରକାରି ବିଦ୍ୟାଳୟଗୁଡିକରେ ଶହେରୁ ଉର୍ଦ୍ଧ୍ବ ଗଣ ଶିକ୍ଷକମାନେ ଗତ ୨୦୦୮ ମସିହାରୁ ନିୟମିତ ଭାବେ କାଯ୍ୟକରି ଆସୁଥିଲେ ଆଜି ଯାଏଁ ସରକାର ସେହି ଗଣଶିକ୍ଷକମାନଙ୍କ ଦାବି ପୁରଣ କରିନାହାନ୍ତି । ଯାହାକୁ ନେଇ ଏବେ ଗଣ ଶିକ୍ଷକମାନଙ୍କ ମଧ୍ୟରେ ଅସନ୍ତୋଷ ଚେଜିବା ସହ ଆନ୍ଦୋଳନ ପାଇ ସହ ସଜବାଜ ହେଉଛନ୍ତି । ସୂଚନା ଯୋଗ୍ୟ, ବାରମ୍ବାର ଗଣ ଶିକ୍ଷକମାନଙ୍କ ଦାବି ପରେ ଗତ ୨୦୧୬ ମସିହାରେ ସରକାରଙ୍କ ରେଜୁକୁସନ୍ ପ୍ରକାରେ ୧.୩.୨୦୧୭ ତାରିଖରେ ରାଜ୍ୟରେ ୨୨୫୧୨ ଗଣଶିକ୍ଷକମାନଙ୍କ ମଧ୍ୟରୁ ୧୮୦୦୦ ଉର୍ଦ୍ଧ୍ବ ଗଣ ଶିକ୍ଷକମାନଙ୍କୁ ସ୍ଥାୟୀ କରିଥିଲେ । ଠିକ ସମୟରେ ଅର୍ଥାତ୍ ୨୦୧୨ ସରକାର ସମସ୍ତ ଶିକ୍ଷକମାନଙ୍କୁ OTET ଯୋଗ୍ୟତା ବଧ୍ୟାତ ମୂଳକ କରିଥିବା ବେଳେ କାହିଁକି ସରକାର ବିନା OTET ଯୋଗ୍ୟତା ନ ଥାଇ କିଭଳି ଗଣ ଶିକ୍ଷକମାନଙ୍କୁ ସ୍ଥାୟୀ କରାଗଲା ବୋଲି ବିକାଶ ପରିଷଦ ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ବାଥ୍ୟ ମାମଲା କରିଥିଲା । ତେବେ ୨୦୨୧ ମସିହା ଜୁଲାଇ ୧୩ ତାରିଖରେ ଶିକ୍ଷା ବିକାଶ ପରିଷଦ କୋର୍ଟରୁ ଉକ୍ତ ଜନସ୍ଵାର୍ଥ ମାମଲା ପ୍ରତ୍ୟାହାର କରିଦେଲା । ମାମଲା କୋର୍ଟର ପ୍ରତ୍ୟାହାର ପରେ ସରକାର ବଞ୍ଚିତ ଥିବା ଗଣଶିକ୍ଷକମାନଙ୍କୁ ସ୍ଥାୟୀ କରିବା ପାଇଁ ଲେଫ୍ଟଆଉଟ ଗଣ ଶିକ୍ଷକ ସଂଘ ପକ୍ଷରୁ ଦାବି କରିବା ପରେ ବିଭିନ୍ନ ମହଲରେ ବାଦ ପଡିଥିବା ଗଣ ଶିକ୍ଷକମାନଙ୍କୁ ସ୍ଥାୟୀ ମାନ୍ୟତା ଦିଆଯିବା ବୋଲି ପ୍ରତିଶ୍ରତି ଦିଆଯାଇଥିଲା ।ହେଲେ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ଆଜି ଯାଏଁ ସରକାର ଗଣ ଶିକ୍ଷକମାନଙ୍କ ଦୁଃଖ ଶୁଣୁ ନ ଥିବା ଅଭିଯୋଗ କରିଛନ୍ତି ।ତେବେ ଦୀର୍ଘ ୨୫ ବର୍ଷ ଧରି ଶିକ୍ଷକ ଶିକ୍ଷକତା କରିନସୁଥିଲେ ମଧ୍ୟ ମାତ୍ର ୬ ହଜାର ବେତନରେ କିଭଳି ପରିବାର ପୋଷଣ କରିବେ । ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଗଣ ଶିକ୍ଷକମାନେ । ଗତ ୨୦୦୮ ମସିହାରେ ଶିକ୍ଷକମାନଙ୍କୁଁ ନିଯୁକ୍ତି ସମୟରେ OTET ବ୍ୟବସ୍ଥା ନ ଥିବା ବେଳେ ସରକାର ପକ୍ଷରୁ ସେହି ଶିକ୍ଷକମାନଙ୍କୁ ସିଟି ଏବଂ ବିଇଡି କରିବା ପାଇଁ ବାଧ୍ୟତାମୂଳକ କରିଥିଲେ। ସରକାର ନିୟମ ପ୍ରକାରେ ସମସ୍ତ ଗଣଶିକ୍ଷକମାନେ ଯୋଗ୍ୟତା ହାସଲ କରିଥିଲେ । କିନ୍ତୁ ତାପରେ ମଧ୍ୟ ଗତ ୨୦୦୮ ମସିହା ଠାରୁ ନିଯୁକ୍ତି ପାଇଥିବା ଗଣ ଶିକ୍ଷକମନକୁ ସରକାର କାହିଁକି OTET ଆଲ ଦେଖାଇ ବାଦ ପଡ଼ିଥିବା ଗଣ ଶିକକମାନଙ୍କୁ ସରକାର ସ୍ଥାୟୀ ମାନ୍ୟତା ଦେଇନାହାନ୍ତି ତାହାକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ତେବେ ଗତ ୧୬ ତାରିଖରେ ସଂଘର ଅସ୍ଥାୟୀ ସଭାପତି ସୁରେଶ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ସ୍ଥିତ ଶିକ୍ଷକ ଭବନ ଥରେବେକ୍ ବୈଠକ ବସି ସରକାରୀ ଅଧିକାରୀଙ୍କୁ ଶିକ୍ଷକମାନଙ୍କ ସମସ୍ୟା ସମର୍କରେ ଅବଗତ କରାଯାଇଥିଲେ । କିନ୍ତୁ ପ୍ରଶାସନ ସ୍ଥରରେସେଭଳି କୌଣସି ସନ୍ତୋଷଜନକ ମିଳିନଥିଲା । ଯଦି ସରକାର ଶିକ୍ଷକମାନଙ୍କ ଦାବି ପୁରାଣ ନ କରନ୍ତି । ତେବେ ଆଗାମୀ ୩୦ ତାରିଖରେ ରାଜ୍ୟରେ ଥିବା ସମସ୍ତ ବଞ୍ଚିତ ଗଣଶିକ୍ଷକମାନେ ଏକ ବୈଠକ ବସିବା ସହ ବିଧାନ ସଭା ସମୁଖରେ ଆମରଣ ଅନଶନ ପାଇଁ ପ୍ରସ୍ତୁତ ହେବେ ବୋଲି ସଂଘର ଆବାହକ ଆଲୋକ ମନ୍ତ୍ରୀ ଓ ସାଗରିକା ପାଣ୍ଡା ସୂଚନା ଦେଇଛନ୍ତି ।