ସରଗୀ ଫୁଲ ୨୦୨୩ ଶିଶୁ ମହୋତ୍ସବ ଆଡମ୍ବର ସହ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ମୋହନା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସର ମଧ୍ୟରେ ଆଡମ୍ବର ସହ ସରଗୀ ଫୁଲ ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଛି। ଏହି ଉତ୍ସବ ଦୁଇ ଦିନ ଧରି ଚାଲିବ। ଏହି ଉତ୍ସବରେ ଜିଲ୍ଲା ମଙ୍ଗଳ ଅଧିକାରୀ ସୁଶ୍ରୀ ମମତା ରାଣୀ ପରିଡ଼ାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବର ମୋହନା ଉନ୍ନୟନ ପରିଶଦ ସଭାପତି ଓ ସମାଜସେବୀ ଦଣ୍ଡାସି ସାହୁ ମୁଖ୍ୟ ଅତିଥ୍ ଭାବେ ଯୋଗଦେଇ ଉତ୍ସବରେ ଯୋଗଦେଇ ଛାତ୍ର ଛାତ୍ରୀ ଙ୍କ ମଙ୍ଗଳ କାମନା କରିଥିଲେ। ଏହା ସହ ସରଗି ଫୁଲ ଉଦଘାଟନ ସମାରୋହ ରେ ସ୍ଥାନୀୟ ବିଦ୍ୟାଳୟ ପ୍ରଧାନ ଶିକ୍ଷକ, ବଡଖଣି ବିଦ୍ୟାଳୟ ପ୍ରଧାନ ଶିକ୍ଷକ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ ନାୟକ, ଲାଞ୍ଜିଆ ସୌରା ଉନ୍ନୟନ ଅଧିକାରୀ ଅନ୍ତର୍ଯ୍ୟାମୀ କହଁର, ମୋହନା ଥାନା ଅଧିକାରୀ, ଜିଲ୍ଲା ଅତିରିକ୍ତ ମଙ୍ଗଳ ଉନ୍ନୟନ ଅଧିକାରୀ, ବ୍ଲକ ମଙ୍ଗଳ ଉନ୍ନୟନ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀ ଦେଶର ଭବିଷ୍ୟତ ସେମାନେ ଯଦି ଉପରକୁ ଉଠି ସଫଳ ହେଲେ ଦେଶ ଜାତି ଜିଲ୍ଲା ଏବଂ ବିଦ୍ୟାଳୟର ସୁନାମ ହେବ ବୋଲି ଉପସ୍ଥିତ ଅତିଥୁ ମାନେ ପ୍ରକାଶ କରିଥିଲେ।ତତ୍ ସଙ୍ଗେ ସଙ୍ଗେ ଜିଲ୍ଲାର ୬୪ଟି ବିଦ୍ୟାଳୟରୁ ଶତାଧୂକ ଛାତ୍ର ଛାତ୍ରୀ ଏହି ସମାରୋହରେ ଉପସ୍ଥିତ ରହିବା ସହ ବିଜ୍ଞାନ ପ୍ରକଳ୍ପ ଗୁଡ଼ିକ ପଦର୍ଶନ କରିଥିଲେ। ଏହା ସଙ୍ଗେ ଜିଲ୍ଲା ସ୍ତରୀୟ ଭଲିବଲ ଖେଳ ପ୍ରତିଯୋଗିତା ଆୟୋଜନ ହୋଇଥିଲା। ଏହା ଦୁଇ ଦିନ ଧରି ଚାଲିବ ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି। ଏହାକୁ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସୁ ପରିଚାଳନା କରିଥିଲେ। ସ୍ଥାନୀୟ ପୋଲିସ ଏହି ସମାରୋହରେ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ। ଜିଲ୍ଲା ମଙ୍ଗଳ ଅଧିକାରୀ ମହାଶୟା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଜୀଲ୍ଲାସ୍ତରୀ ସଗିଫୁଲ କାର୍ଯ୍ୟକ୍ରମ ମୋହନାରେ କରିବା ଯୋଗୁଁ ଗଜପତି ଜିଲ୍ଲାପାଳ ଏବଂ ଜିଲ୍ଲାମଙ୍ଗଳ ଅଧିକାରୀମାନଙ୍କୁ ଶ୍ରୀ ସାହୁ ଧନ୍ୟବାଦ ଦେଇଛନ୍ତି ।