ସରଧାପୁର ଗ୍ରାମରେ ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟ ଦ୍ୱାରା କୃଷି ସଚେତନତା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗୋଶାଣି ବ୍ଲକ ଅନ୍ତର୍ଗତ ସରଧାପୁର ଗ୍ରାମ ରେ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର କୃଷି ସମ୍ପ୍ରସାରଣ ଏବଂ ଶିକ୍ଷା ବିଭାଗ ଅନୁକୂଲ୍ୟ ରେ ବିଶ୍ୱବିଦ୍ୟାଳୟ ର ଛାତ୍ରଛାତ୍ରୀ ଏବଂ ପ୍ରାଧ୍ୟାପକଙ୍କ ଦ୍ଵାରା ଚାଷ ଜମି ରେ କୀଟତତ୍ୱ ଉପକରଣ ର କିପରି ସୁଚାରୁ ରୂପେ ପ୍ରୟୋଗ କରାଯାଇ ପାରିବ ସେ ବିଷୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଗୋଶାଣି ଗ୍ରାମପଞ୍ଚାୟତ ର ସରପଞ୍ଚ ସି.ଏଚ. ପ୍ରସାଦ ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ।ଏତଦ ବ୍ୟତୀତ ଗୋଶାଣି ବ୍ଲକ ର ସହକାରୀ କୃଷି ଅଧିକାରୀ ମହେନ୍ଦ୍ର ପ୍ରସାଦ ପାଇକ ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଉପରେ ବକ୍ତବ୍ୟ ଦେଇଥିଲେ ଏବଂ ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟର କିଟତତ୍ତ୍ୱ ବିଭାଗ ର ବରିଷ୍ଠ ପ୍ରାଧ୍ୟାପକ ଡ଼. ବେଣୁ ଗୋପାଳ ରାଓ ଓ ସହକାରୀ ପ୍ରାଧ୍ୟାପକ ଡ଼. ଗୌତମ ବି. ହସମନୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସଭାର ଗାରିମା ବଢ଼ାଇ ଥିଲେ। କୃଷି ସମ୍ପ୍ରସାରଣ ଏବଂ ଶିକ୍ଷା ବିଭାଗ ର ସଂଯୋଗକାରୀ ପ୍ରାଧ୍ୟାପକ ଡ଼. ଚିତ୍ରସେନ ପାଢ଼ୀ ଏହି ସଭା ର ମଞ୍ଚ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ର ସଫଳ ରୂପାୟନ ପାଇଁ ବିଶ୍ୱବିଦ୍ୟାଳୟ ର କୃଷି ସମ୍ପ୍ରସାରଣ ଏବଂ ଶିକ୍ଷା ବିଭାଗ ର ପ୍ରଥମ ବର୍ଷ ସ୍ନାତକତ୍ଵର ଛାତ୍ର ସମିକ କୁମାର ପ୍ରଧାନ, ଚନ୍ଦନ କୁମାର ମହାନ୍ତ, ଏବଂ ବି. ଲାଲୁ ପ୍ରମୁଖ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ