ସରପଂଚଙ୍କୁ ଜିଲ୍ଲାପାଳଙ୍କ ଅଧିକାର ପ୍ରଶାସନର ନିୟମକୁୁ ନମାନି ୨ଜଣଙ୍କୁ ରଖିଲେ ନିଜ ଇଚ୍ଛାରେ

ମୋହନା (ଅଂଶୁମାନ ପଣ୍ଡା) : ଗଜପତି ଜିଲ୍ଲା ସାରା ରାଜ୍ୟରେ ବାହାର ଦେଶରୁ ଆସୁଥିବା ପ୍ରବାସୀମାନଙ୍କୁ ନିଜ ସ୍ୱାସ୍ଥ୍ୟର ଜତ୍ନ ନେବା ପାଇଁ କ୍ୱାରେଂନଟାଇନ ଗୃହରେ ରଖାଯାଉଛି । କିନ୍ତୁ କିଛି ଜାଗାରେ ଏପରି ଦେଖିବାକୁ ମିଳୁଛି ପ୍ରଶାସନର ନଜରରେ ନଥାଇ ସରପଂଚମାନେ ମନମୁଖୀଭାବେ ନିଜ ଇଚ୍ଛାରେ ରଖୁଛନ୍ତି କୌଣସି ବି ସ୍ଥାନରେ । ଯାହା ଫଳରେ ସାଧାରଣ ଲୋକେ ଭୟଭିତ ହେଉଛନ୍ତି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ମୋହନା ବ୍ଳକରେ କର୍ଚ୍ଚାବାଡି ପଂଚାୟତର କିଛି ପ୍ରବାସୀ ମହିଳା ୮ଦିନ ପୂର୍ବେ ବିନ ପଞ୍ଜୀକୃତରେ ଫେରିଛନ୍ତି ମୋହନାକୁ ଗାଡି କରି । କିନ୍ତୁ ପ୍ରଶାସନକୁ ନଜଣାଇ କର୍ଚ୍ଚବାଡି ସରପଂଚ କାମ୍ବିଙ୍ଗା ମଳିକ ଖାତାରେ ପଞ୍ଜିକୃତ ନକରାଇ ନିଜକୁ ଜିଲ୍ଲାପାଳ ଭାବି ୨ ମହିଳାକୁ ମୋହନା ହିଲଟପ୍ ମହାବିଦ୍ୟାଳୟ ହଷ୍ଟେଲ ଗୃହରେ ଆଣି ରଖିଛନ୍ତି । ସେମାନଙ୍କୁ ଏକ ଚୋରା ବାଟ ଦେଇ ପରିବାର ଲୋକେ ମିଳା ମିସା କରିବା ସହ ସକାଳ ଓ ରାତିରେ ଖାଇବା ପାଇଁ ଖାଦ୍ୟ ମଧ୍ୟ ଆଣି ଦେଉଛନ୍ତି ବୋଲି ୨ ମହିଳା କହିଛନ୍ତି । ଅନ୍ୟ ପଟେ ଉକ୍ତ ହଷ୍ଟେଲଟି କ୍ୱାରେଂନଟାଇନ ଗୃହରେ ପଞ୍ଜୀକୃତ ନଥିଲେ ମଧ୍ୟ ଏହି ଗୃହରେ କିପରି ୨ ମହିଳା ରହିଲେ ଏବଂ ହଷ୍ଟେଲର ଚାବି ଅନ୍ୟ ପଂଚାୟତର ସରପଂଚ ନିକଟକୁ କିଭଳି ଚାବି ଆସିଲା ତାହା ଏବେ ମହାବିଦ୍ୟାଳୟର କର୍ମଚାରୀଙ୍କୁ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହିପରି ହିଲଟପ୍ ମହାବିଦ୍ୟାଳୟରେ ବାରମ୍ବାର ପ୍ରଶାସନର ନିୟମକୁ ଅଣଦେଖା କରି ବହୁ ଦୁର୍ନିତି କାର୍ଯ୍ୟକ୍ରମ କରୁଛନ୍ତି ବୋଲି ଅଂଚଳବାସୀ କହିଛନ୍ତି । ସେହିପରି ଖାରିଗୁଡା ପଂଚାୟତରେ ମଧ୍ୟ ଠିକ ଏଭଳି ଘଟଣା ଦେଖିବାକୁ ମିଳିଛି । ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ନା ଅଛି ଶୌଚାଳୟ ସୁବିଧା, ପାଣି, ବିଦ୍ୟୁତ କୌଣସି ସୁବିଧା ନଥିବା ସତ୍ୱେ ମଧ୍ୟ ସେଠାରେ ମଧ୍ୟ ୫ ପ୍ରବାସୀ ଓଡିଆଙ୍କୁ ରଖାଯାଇଥିଲା କ୍ୱାରେଂନଟାଇନ ଗୃହଭାବେ । ଏପରିକି ୫ ଜଣ ବ୍ୟକ୍ତି ନିକଟସ୍ଥ ନାଳକୁ ଶୌଚ ହେବା ପାଇଁ ଯାଉଥିଲେ ଏବଂ ବାହାରେ ବୁଲାବୁଲି କରୁଥିଲେ ଏମାନଙ୍କୁ ଖାଇବାକୁ ଖାଦ୍ୟ ଦିଆଯାଉଥିଲା କିନ୍ତୁ କୌଣସି ସରକାରୀ ସୁବିଧା ଦିଆଯାଇନଥିବା ମୋବାଇଲରେ ଭିଡିଓ ମାଧ୍ୟମରେ ଜଣାଇଛନ୍ତି ପ୍ରବାସୀ । ତେବେ ଏଠି ବ୍ଳକ ପ୍ରଶାସନର ଭୁଲ ନା ସରପଂଚର ଭୁଲ ତାହା ଜିଲ୍ଲାପାଳଙ୍କୁ ହି ଜଣା ବୋଲି ଅଂଚଳରେ ଚର୍ଚ୍ଚା ଚାଲିଛି ।

 

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ