ସରପଂଚଙ୍କୁ ଶପଥ କରାଇଲେ ମୁଖ୍ୟମନ୍ତ୍ରୀ ଞ୍ଚପଂଚାୟତରେ କରୋନାକୁ ନା

ନାଉଗାଁ (ଓ୍ବାଇଏନ୍ଏସ୍) : କରୋନା ପାଇଁ ଓଡିଶା ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ସର୍ତକତାମୂଳକ ପଦକ୍ଷେପ ସ୍ୱତେ ରାଜ୍ୟରେ କରୋନା ପଜିଟିଭି ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟ ଭିତରେ ସବୁ ପ୍ରକାର ସର୍ତକତାମୂଳକ ପଦକ୍ଷେପ ନିଆଯାଉଥିଲେ ମଧ୍ୟ କିଛି ଅମାନିଆ ଲକ୍ ଡାଉନ୍ ସମୟରେ ରାଜ୍ୟ ବାହାରୁ ଲୁଚି କରି ଆସି ଅନ୍ୟମାନଙ୍କ ପାଇଁ ବିପଦ ସୃଷ୍ଟି କରୁଛନ୍ତି । ଏହି ପରିପ୍ରେକ୍ଷୀରେ କରୋନାକୁ ନିଜ ପଂଚାୟତରେ ପୁରାଇ ନ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସ ମାଧ୍ୟମରେ ବୁଧବାର ରାଜ୍ୟର ସବୁ ସରପଂଚମାନଙ୍କୁ ଶପଥ କରାଇଛନ୍ତି । ଏହି ଅବସରରେ ନାଉଗାଁ ବ୍ଳକ ସମ୍ମିଳନୀ କକ୍ଷରେ ଆୟୋଜିତ ଶପଥ ପାଠ ଉତ୍ସବରେ ବ୍ଳକର ୧୬ଟି ପଂଚାୟତର ସରପଂଚମାନେ ଯୋଗ ଦେଇ ଶପଥ ଗ୍ରହଣ କରିଥିଲେ । ସରପଂଚମାନେ ନିଜ ନିଜ ପଂଚାୟତରେ କରୋନାଙ୍କୁ ପୁରାଇ ନ ଦେବା ପାଇଁ ଶପଥପାଠ କରିଥିଲେ । ପଂଚାୟତରେ ସରପଂଚମାନଙ୍କର ପ୍ରମୁଖ ଭୂମିକା ରହିଛି, ନିଜ ପଂଚାୟତରେ ଯେପରି କରୋନା ପଶି ନ ପାରିବ ସେଥିପାଇଁ ଯତ୍ନବାନ ହେବା ଉଚିତ । ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତି ବିଶେଷଙ୍କ ତାଲିକା ପ୍ରସ୍ତୁତ କରିବା ସହିତ ତାଙ୍କୁ କ୍ୱାରେଟାଇଂନରେ ରହିବା, ଖାଇବା ଓ ଚିକିତ୍ସା ଆଦି ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହି ଭିଡିଓ କନଫରେନସରେ ସମୟରେ ବିଡିଓ ରଶ୍ମିରେଖା ମଲ୍ଲିକ ଓ ଜିପିଇଓ ଦିନେଶ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ