ସରପଂଚ ପ୍ରାର୍ଥିନୀଙ୍କ ପ୍ରଚାର ଜୋରଦାର
ଛତ୍ରପୁର, (ଦେବଦତ୍ତ ମହାରଣା) :-ଆଉ ଦିନ କେଇଟା ପରେ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ । ଏଥି ନିମନ୍ତେ ପ୍ରାର୍ଥୀ ମାନେ ଜୋରସୋରରେ ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ଗଂଜାମ ଜିଲ୍ଲା ଛତ୍ରପୁର ବ୍ଲକ କଣମଣା ଗ୍ରାମ ପଂଚାୟତର ସରପଂଚ ପଦବୀ ନିମନ୍ତେ ୪ ଜଣ ପ୍ରାର୍ଥୀନୀ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ସରପଞ୍ଚ ପ୍ର୍ାର୍ଥୀନୀ ଭାବେ ପ୍ରମିଳା ବେହେରା, ବିଜୟ ଲକ୍ଷ୍ମୀ ବେହେରା, ବି.ଦମୟନ୍ତୀ ଓ ନିଳାଦ୍ରୀ ପ୍ରଧାନ ନିର୍ବାଚନ ଲଢୁଛନ୍ତି । ଏହି ପରିପ୍ରେକ୍ଷୀରେ ସୋମବାର କଣମଣା ସରପଂଚ ପ୍ରାର୍ଥିନୀ ବିଜୟଲକ୍ଷ୍ମୀ ବେହେରା ମଧ୍ୟ ନିଜ ପ୍ରଚାର କାର୍ଯ୍ୟକ୍ରମକୁ ଜୋରସୋରରେ ଆରମ୍ଭ କରିଛନ୍ତି । ଏହି ପ୍ରଚାର ରେ ପୂର୍ବତନ ଉପବାଚସ୍ପତି ତଥା ରାଜ୍ୟ କୃଷି ବିପଣନ ନୀଗମର ଉପଦେଷ୍ଟା ରାମ ଚନ୍ଦ୍ର ପଣ୍ଡା ,ପୂର୍ବତନ ବିଧାୟକ ପ୍ରତିନିଧୀ ଏନ.ୱାର୍ଦ୍ଧରାଜୁଲୁ ରେଡ୍ଡୀ, ଛତ୍ରପୁର ବିଜୁ ଆଇନ ସାମ୍ମୁଖ୍ୟର ଉପଦେଷ୍ଟା ବ୍ରଜମୋହନ ଆଚାର୍ଯ୍ୟ, ଯୁବଆଇନଜିବୀ ପି.ଧର୍ମା ରେଡ୍ଡୀ, ଯୁବନେତା ବାବଦଲ କୁମାର ବେହେରା, ରବି ସାହୁଙ୍କ ପଞ୍ଚାୟତର ବହୁ ତୁଙ୍ଗନେତା ମାନେ ସାମିଲ ହୋଇ ପଞ୍ଚାୟତର ଘରକୁ ଘର ବୁଲି ବିଜୟ ଲକ୍ଷ୍ମୀ ବେହେରାଙ୍କ ନିମନ୍ତେ ଭୋଟ ଭିକ୍ଷା କରିଥିିଲେ । ୧୨ୱାର୍ଡ କୁ ନେଇ ଗଠିତ କଣମଣା ପଞ୍ଚାୟତରେ ୬୦୧୭ଜଣ ଭୋଟର ରହିଛନ୍ତି । ସେଥି ମଧ୍ୟରୁ ୩୦୯୭ଜଣ ମହିଳା ଓ ୨୯୨୦ଜଣ ପୁରୁଷ ଭୋଟର ରହିଛନ୍ତି ।