ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷିତ ପରେ ବୈଠକରେ ସଭାପତିତ୍ବ କଲେ ନାଏବ ସରପଞ୍ଚ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷିତ କାୟମ ରହିବା ପରେ ପଞ୍ଚାୟତର ବୈଠକରେ ନାଏବ ସରପଞ୍ଚ ସଭାପତିତ୍ବ କଲେ. ଗତ ମାର୍ଚ୍ଚ ୧୬ ତାରିଖରେ ରା.ଉଦୟଗିରି ପ୍ରଥମଶ୍ରେଣୀ ବିଚାରପତି ଦୁଇରୁ ଅଧିକ ସନ୍ତାନ ଥିବା ଅଭିଯୋଗରେ ଛେଲାଗଡ ସରପଞ୍ଚ ଡାଳିମ୍ବ ଗମାଙ୍ଗଙ୍କୁ ଅଯୋଗ୍ୟ ଘୋଷିତ କରିଥିଲେ । ପୁଣି ଏନେଇ ଆବେଦନ ପରେ ଗତ ସେପ୍ଟେମ୍ବର ୧୨ତାରିଖରେ ଜିଲ୍ଲା ଅଦାଲତ ମଧ୍ୟ ତଳ କୋର୍ଟ ଦେଇଥିବା ରାୟକୁ କାଏମ ରଖି ଛେଲାଗଡ ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷିତ କରିଥିଲେ। ଏହାର ଏକାକିତା ନକଲ ଗଜପତି ଜିଲ୍ଲାପାଳଙ୍କୁ ମଧ୍ୟ ପ୍ରଦାନ କରାଯାଇଥିଲା। ସେହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲାପାଳଙ୍କ ଚିଠି ସଂଖ୍ୟା ୭୫୨/୦୬/୦୯/୨୦୨୪ର ଚିଠିରେ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି ଯେ, ଗ୍ରାମ ପଞ୍ଚାୟତ ଆଇନ ଅନୁଯାୟୀ ସରପଞ୍ଚ ତୁରନ୍ତ ନାଏବ ସରପଞ୍ଚଙ୍କୁ ଦାୟିତ୍ଵ ହସ୍ତାନ୍ତର କରିବୋ ଦଫା ୨୧(୨) ଓଡ଼ିଶା ଗ୍ରାମ ପଞ୍ଚାୟତ ଆକ୍ଟ ୧୯୬୪ ଅନୁଯାୟୀ ନୂତନ ସରପଞ୍ଚ ସରପଞ୍ଚ ଦାୟିତ୍ଵ ନେବା ପର୍ଯ୍ୟନ୍ତ ସରପଞ୍ଚଙ୍କ ଦାୟିତ୍ବ ନାଏବ ସରପଞ୍ଚ ନିର୍ବାହ କରିବେ। ପଞ୍ଚାୟତ ଉନ୍ନୟନ ପାଇଁ ସରପଞ୍ଚଙ୍କ କ୍ଷମତାର ଉପଯୋଗ କରିପାରିବେ । ଏଥିସହ ରା.ଉଦୟଗିରି ବିଡିଓଙ୍କୁ ମଧ୍ୟ ଏକ ମେମୋ କରାଯାଇଛି। ଯେଉଁଥିରେ ଗ୍ରାମପଞ୍ଚାୟତ ଆଇନ ଅନୁଯାୟୀ ପଞ୍ଚାୟତରେ ଖାଲି ଥିବା ଜନପ୍ରତିନିଧିଙ୍କ ସ୍ଥାନ ପୂରଣ ପାଇଁ ଏକ ସ୍ବତନ୍ତ୍ର ଫର୍ମାଟରେ ରାଜ୍ୟ ନିର୍ବାଚନ କମିସନଙ୍କୁ ଅବଗତ କରାଇବେ | ସବିଶେଷ ଖବର ଅନୁଯାୟୀ ଛେଲାଗଡ ପଞ୍ଚାୟତରେ ୨ତାରିଖରେ ସ୍ବତନ୍ତ୍ର ଗ୍ରାମସଭା ଥିଲା। ଜିଲ୍ଲା କୋର୍ଟଙ୍କ ନିର୍ଦ୍ଦେଶର ୨୧ଦିନ ଓ ଜିଲ୍ଲାପାଳଙ୍କ ନିର୍ଦ୍ଦେଶର ୮ଦିନ ଦିନ ଯାଇଥିବାବେଳେ ନାଏବ ସରପଞ୍ଚଙ୍କୁ ଦାୟିତ୍ବ ସ୍ବତନ୍ତ୍ର ହସ୍ତାନ୍ତର କରିନଥିଲେ ମଧ୍ୟ ଏହି ଡାଳିମ୍ବ ଗମାଙ୍ଗ ଅନୁପସ୍ଥିତ ଥିଲେ | ତାଙ୍କ ବଦଳରେ ନାଏବ ସରପଞ୍ଚ ଗ୍ରାମସଭାରେ ସରପଞ୍ଚ ଭାବେ ସଭାପତିତ୍ବ କରି ବୈଠକ ଓ ସଭା କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ