ସରପଞ୍ଚଙ୍କ ଅନାସ୍ଥା ପ୍ରସ୍ତାବକୁ ବିରୋଧ କରି ୱାର୍ଡ ସଭ୍ୟ ସଭ୍ଯାଙ୍କ ଉପ ଜିଲ୍ଲାପାଳଙ୍କୁ ଦାବିପତ୍ର

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ): ସାନଖେମୁଣ୍ଡି ବ୍ଳକ ଅନ୍ତର୍ଗତ ମୌଳାଭଞ୍ଜା ସରପଞ୍ଚ ବିରୋଧରେ ହୋଇଥିବା ଅନାସ୍ଥା ପ୍ରସ୍ତାବ ଘଟଣାର ଭିନ୍ନ ମୋଡ ନେଇଥିବାଦେଖିବାକୁ ମିଳିଛି । ଖବରପ୍ରକାରେ, ଗତ ତିନିଦିନ ପୂର୍ବେ ସରପଞ୍ଚଙ୍କ ମନମାନି ୱାର୍ଡ଼ ସଭ୍ୟ ମାନଙ୍କୁ ଅଣଦେଖା ମନୋଭାବ ଏବଂ ସରକାରଙ୍କ ବିକାଶ ଯୋଜନାକୁ ପଞ୍ଚାୟତର ନିର୍ବାଚିତ ପ୍ରତିନିଧିଙ୍କୁ ଅବଗତ ନ କରାଇ ବିନା ଗ୍ରାମସଭା ରେ ମନଇଛା କାର୍ଯ୍ୟ କରିବା ନେଇ ନାଏବ ସରପଞ୍ଚ ବିଜୁ ଗୈାଡଙ୍କ ନେତୃତ୍ୱରେ ୧୫ ଜଣ ୱାର୍ଡ ସଭ୍ୟ ସଭ୍ଯା ମିଳିତ ହୋଇ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ଦିନା ଦସ୍ତିଦାର ଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ନେଇ ଦାବିପତ୍ର ପ୍ରଦାନ କରିଥିଲେ । କିନ୍ତୁ ଗୁରୁବାର ଦିନ ଅନାସ୍ଥା ପ୍ରସ୍ତାବକୁ ବିରୋଧ କରି ୭ ଜଣ ୱାର୍ଡ ସଭ୍ୟ ସଭ୍ଯା ମିଳିତ ଭାବେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ନିକଟରେ ଏହା ଘଟଣା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି।ସରପଞ୍ଚଙ୍କୁ ବଦନାମ କରିବା ଉଦ୍ଦେଶ୍ୟରେ ନାଏବ ସରପଞ୍ଚ ମିଟୁ ଗୈାଡ ସମସ୍ତ ଙ୍କୁ ମିଛ କହି ପଞ୍ଚାୟତ ବୈଠକ ଅନୁଷ୍ଠିତ ହେବ ବୋଲି ସ୍ବାକ୍ଷର ନେଇଥିଲେ ବୋଲି ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ଏଭଳି ଘଟଣାକୁ ନିନ୍ଦା କରିବା ସହ ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି କରି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ସେହିପରି ବ୍ଳକ କାର୍ଯ୍ୟାଳୟରେ ମଧ୍ୟ ପହଞ୍ଚି ବିଡ଼ିଓଙ୍କ ଅନୁପସ୍ଥିତିରେ ବରିଷ୍ଠ କିରାଣୀ ମାଗାତା ବେହେରା ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଏହି ଦାବି ପ୍ରଦାନ ସମୟରେ ୱାର୍ଡ ମେମ୍ବର ମେନକା ସ୍ବାଇଁ ,ଶିବଶଙ୍କର ସାହୁ,ପାଣ ପ୍ରଧାନ,ଲକ୍ଷ୍ମୀ ମଲ୍ଲିକ, ଗାୟତ୍ରୀ ସେଠୀ , ରଜନୀ ସେଠୀ, ସୁଶାନ୍ତ ସାହୁ , ପ୍ରମୁଖ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ