ସରପଞ୍ଚଙ୍କ ଦ୍ଵାରା ମନେରେଗା କାର୍ଯ୍ୟ ଶୁଭାରମ୍ଭ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ରଣଜିତ୍ ପଞ୍ଚାୟତର ନବନିର୍ବାଚିତ ସରପଞ୍ଚ ଶ୍ରୀମତୀ ସୁଜାତା ସାହୁଙ୍କ ଦ୍ଵାରା ଆଜି ମନେରେଗା କାର୍ଯ୍ୟ ଶୁଭାରମ୍ଭ ହୋଇଛି। ପଞ୍ଚାୟତର ମହାମାଲ୍ୟା ଠାରେ ଶ୍ରୀମତୀ ସାହୁ ପ୍ରଥମେ ପହଞ୍ଚି ମାହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି କାର୍ଯ୍ୟ ବାବଦରେ ଶ୍ରମିକ ମାନଙ୍କୁ ଅବଗତ କରାଇଥିଲେ। ଏହା ସହିତ କେଉଁ ଆଧାରରେ କେତେ କାର୍ଯ୍ୟ କଲେ ସଠିକ୍ ପାରିଶ୍ରମିକ ମିଳିବ ସେନେଇ ସରପଞ୍ଚ ସୂଚନା ଦେଇଥିଲେ। ପଞ୍ଚାୟତ ପକ୍ଷରୁ କାର୍ଯ୍ୟସ୍ଥଳ ରେ ଅସ୍ଥାୟୀ ବିଶ୍ରାମ ଗୃହ ସହିତ ପିଇବା ପାଇଁ ଥଣ୍ଡା ପାଣି ମଧ୍ୟ ବ୍ୟବସ୍ଥା ହୋଇଥିବା ଶ୍ରୀମତୀ ସାହୁ କହିଥିଲେ। ପରେ ସରପଞ୍ଚ ଯୋଜନା ଅନ୍ତର୍ଗତ ଏକ ରାସ୍ତା କାମର ଶୁଭାରମ୍ଭ ସହିତ ଅନ୍ୟ ଏକ ସ୍ଥାନରେ ମଧ୍ୟ ମନେରଗା କାର୍ଯ୍ୟ ଶୁଭାରମ୍ଭ କରିଥିଲେ। ଏଥିରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ,ଜିଆରଏସ, ନାଏବ ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ