ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ରାଜରାସ୍ତାରେ ଧାରଣାରେ ମହିଳା ସରପଞ୍ଚଙ୍କ 

ଉଦଳା,(ରାଜୀବ ବେହେରା) : ଡହ ଡହ ଖରାରେ ଧାରଣା ରତ ଡୁକୁରା ସରପଞ୍ଚ l ନିଜ ବିରୋଧରେ ଆସିଥ‌ିବା ଅନାସ୍ଥା ପ୍ରସ୍ତାବ ଭିର୍ତ୍ତି ହୀନ ଦର୍ଶାଇ ଜଣେ ମହିଳା ସରପଞ୍ଚ ରାଜରାସ୍ତାରେ ଧାରଣାରେ ବସି ଏହାର ପ୍ରତିବାଦ କରିବା ଘଟଣା ଏବେ ଚର୍ଚ୍ଚାକୁ ଆସିଛି । ସହି ପାରିଲେ ନାହିଁ ସରପଞ୍ଚ ଶେଷରେ ବାଧ୍ୟ ହୋଇ ନ୍ୟାୟ ପାଇବା ପାଇଁ ଏମିତି ପନ୍ଥା ଆପଣାଇ ଛନ୍ତି l ହଁ ଜଣେ ମହିଳା ବା କଣ କରି ପାରିବ , ହେଲେ ସେ ହାର ମାନିନାହାନ୍ତି, ଆଉ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉଠାଇ ଛନ୍ତି, ଯାହା ସମସ୍ତ ଙ୍କ ପାଇଁ ଜାଗରଣ l ଆଉ ପ୍ରତିବାଦ ସ୍ୱରୂପ ବହୁ ସମୟ ଧରି ଦୀର୍ଘ ୪ ଘଣ୍ଟା ଧରି ରାଜରାସ୍ତାରେ ଗମନା ଗମନ ସମ୍ପୂର୍ଣଭାବେ ବନ୍ଦ ହୋଇଥିଲା। ଯିବା ଆସିବାରେ ୧୯ ନମ୍ୱର ରାଜ୍ୟ ରାଜପଥ ରେ ଲୋକ ଯିବାଆସିବାରେ ପ୍ରଭାବିତ ହୋଇଛନ୍ତି l ଏଭଳି ଘଟଣା ର ଦୃଶ୍ୟ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ଅଧୂନ

ଡ଼କୁରା ସରପଞ୍ଚ ପାର୍ବତୀ ନାୟକଙ୍କ ଅଭିଯୋଗ ଆଣିଛନ୍ତି ଉକ୍ତ ପଞ୍ଚାୟତର ୫ ନମ୍ବର ୱାର୍ଡ଼ର ସୁରଞ୍ଚି ବେହେରା, ୬ ନମ୍ବରର ସୁକାନ୍ତମଣି ନାଏକ, ୮ର ଅଜିତ କୁମାର ନାଏକ, ୧୦ ନମ୍ବର * ୱାର୍ଡ଼ର ରାଜେନ୍ଦ୍ର ସିଂ କ୍ରମାଗତ ଭାବେ ୫ ଟି ପଞ୍ଚାଯତ ବୈଠକରେ ଯୋଗଦେଇ ଥିଲେ । ତେବେ ଯାହାକୁ ନେଇ ଡୁକୁରା ସରପଞ୍ଚ ପାର୍ବତୀ ଏହି ୱାର୍ଡ଼ ସଭ୍ୟ ମାନଙ୍କ ସଭ୍ୟପଦ ରଦ୍ଦ କରିବା

ପାଇଁ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କୁ ଲିଖିତ ପତ୍ର ରେ ଜଣାଇଥିଲେ। କିନ୍ତୁ ଅଭିଯୋଗ ଉପରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ ଆଣି ଛନ୍ତି ସରପଞ୍ଚ । ଆଉ ପରବର୍ତ୍ତୀ ସମୟରେ ଉକ୍ତ ୱାର୍ଡ଼ ସଦସ୍ୟ ମାନେ ସରପଞ୍ଚ ପାର୍ବତୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ଥାବ କପ୍ତିପଦା ଉପଜିଲ୍ଲାପାଳଙ୍କ ନିକଟରେ ଆଗତ କରିଥିଲେ। କୌଣସି କାରଣରୁ ସରପଞ୍ଚଙ୍କ ଆବେଦନକୁ ବିଚାରକୁ ନିଆ ଯାଇ ନଥିଲା। ଅପରପକ୍ଷେ ୱାର୍ଡ଼ ସଭ୍ୟ ମାନଙ୍କ ପକ୍ଷରୁ ଉପଜିଲ୍ଲାପାଳଙ୍କ ନିକଟରେ ସରପଞ୍ଚଙ୍କ ବିରୋଧରେ ଆଗତ ହୋଇ ଥିବା ଅନାସ୍ଥା ପ୍ରସ୍ତାବକୁ ନେଇ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଇବା ସହ ମାର୍ଚ୍ଚ ୧୧ ତାରିଖରେ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଭୋଟ ଗ୍ରହଣ କରାଯିବା ନିମନ୍ତେ ନୋଟିସ ଜାରି କରାଯାଇଥିଲା। ତେବେ ଏହି ଘଟଣାରେ ଉପଜିଲ୍ଲାପାଳ ପକ୍ଷପାତିତା ଅବଲମ୍ବନ କରୁଥିବା ଅଭିଯୋଗ ଆଣିଥିଲେ ସରପଞ୍ଚ ପାର୍ବତୀ। ପୁନଃ ଏହାର ବିଚାର କରାଯିବା ପାଇଁ ବାବି କରିଥିଲେ ସରପଞ୍ଚ । ଯାହାକୁ ନେଇ ପ୍ରଶାସନ ପକ୍ଷରୁ ଏହା ଉପରେ ୭ଦିନ ମଧ୍ୟରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି କରି ଅଭିଯୋଗ ପତ୍ର ଜିଲ୍ଲାପାଳଙ୍କ ନିକଟର ପ୍ରଦାନ କରିଥିଲେ । ତେବେ କୌଣସି ସୁଫଳ ମିଳିନଥିବାରୁ ସେ ୧୦ ତାରିଖ ଖୁଣ୍ଟା -ବାରିପଦା ରାଜପଥର କୁକୁରା ପଞ୍ଚାୟତ ଛକଠାରେ ରାଜପଥ ଉପରେ ଦିନ ୧୦ ଘଟିକା ଠାରୁ ଜିଦ ରେ ଅଟଳ ରହି ଧାରଣାରେ ବସିରହି ଏହାର ପ୍ରତିବାଦ କରିଥିଲେ। ଖବର ପାଇବା ପରେ ଘଟଣାସ୍ଥଳରେ ଖୁଣ୍ଟା ଥାନା ଆଇଆଇସି ପଞ୍ଚାନନ ମହାନ୍ତିଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ଏବଂ ମାଜିଷ୍ଟ୍ରେଟ ଭାବେ ଖୁଣ୍ଟା ଅତିରିକ୍ତ ତହସିଲଦାର ପ୍ରଦୀପ କୁମାର ପାଢ଼ୀ ଉପସ୍ଥିତ ରହି ବୁଝାଇବା ସହିତ ସମାଧାନ ପାଇଁ ଚେଷ୍ଟା କରିଥିବା ବେଳେ ସରପଞ୍ଚ ତାଙ୍କ ଜିଦରେ ଅଟଳ ରହିଥିଲେ। ଉପଜିଲ୍ଲାପାଳ ସରପଞ୍ଚ ପାର୍ବତୀଙ୍କ ସମେତ ଏକ ପ୍ରତିନିଧିଦଳଙ୍କ ସହିତ ଆଲୋଚନା କରିବା ପାଇଁ ଡ଼କାଇଥିଲେ | ଅପର ପକ୍ଷରେ ଦୀର୍ଘ ୪ ଘଣ୍ଟା ପରେ ରାସ୍ତା ଅବରୋଧ ହଟିଥିଲା । ଏହି ଘଟଣା ଏବେ ସାଧାରଣରେ ଆଲୋଚନା ର ବିଷୟ ଦେଖିବାକୁ ମିଳିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ