ସରପଞ୍ଚଙ୍କ ମାଡରେ ଶ୍ରମିକର ମୁଣ୍ଡ ଫାଟିଲା

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଅଁରା ଗ୍ରାମରେ ସରପଞ୍ଚଙ୍କ ମାଡରେ ଜଣେ ଶ୍ରମିକଙ୍କ ମୁଣ୍ଡ ଫାଟିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏନେଇ ଶ୍ରମିକ ଜଣକ ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ମାମଲା ରୁଜୁ କରିନଥିବା ଜଣାଯାଇଛି । ଅଭିଯୋଗରୁ ଜଣାଯାଇଛି ଯେ ଅଁରା ଗ୍ରାମର ବହନ ମୁଣ୍ଡା ନାମକ ଜଣେ ଶ୍ରମିକ ସରପଞ୍ଚଙ୍କ ଘରେ କାମ କରି ମଜୁରୀ ପାଇ ନଥିଲା । ଆଜି ମଜୁରୀ ମାଗିବାକୁ ଯାଇଥିବାବେଳେ ସରପଞ୍ଚକହ୍ନେଇ ମୁଣ୍ଡା ନିଶାଶକ୍ତ ଅବସ୍ଥାରେ ତାକୁ ଗାଳି ଗୁଲଜ କରିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତ୍ତ୍ୟେକ୍ତ ହୋଇ ସରପଞ୍ଚ କହ୍ନେଇ ମୁଣ୍ଡା ବହନଙ୍କ ମୁଣ୍ଡକୁ ଏକ ଠେଙ୍ଗାରେ ପିଟି ଦେବାରୁ ବହନଙ୍କ ମୁଣ୍ଡରେ ଗଭୀର କ୍ଷତ ହେବସହ ରକ୍ତାକ୍ତ ହୋଇ ଯାଇଥିଲେ । ପରିବାର ଲୋକେ ତାଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଇ ଏ ସମ୍ପର୍କରେ ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି । ଖାଲି ଏହି ଗୋଟିଏ ଅଭିଯୋଗ ନୁହଁ ସରପଞ୍ଚଙ୍କ ନାମରେ ପୁର୍ବରୁ ମଧ୍ୟ ଅନେକ ଅଭିଯୋଗ ହୋଇଛି । ସେ ସବୁବେଳେ ନିଶାଶକ୍ତ ହୋଇ ଅନ୍ୟମାନଙ୍କୁ ର୍ଦୁବ୍ୟବହାର ଦେଖାଉଥିବା ନେଇ ପୁର୍ବରୁ ଅନେକ ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ସରପଞ୍ଚ କହ୍ନେଇ ମୁଣ୍ଡା ଏହି ଅଭିଯୋଗକୁ ଅସ୍ୱିକାର କରିବା ସହିତ ମୋ ନାମରେ ମିଛ ଅଭିଯୋଗ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ