ସରପଞ୍ଚଙ୍କ ମାଡ଼ରେ ଲହୁ ଲୁହାଣ ହେଲେ ଯୁବକ

କୋଦଳା, (ଗୁଲସନ କୁମାର କର) : ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବେରୁଆଁ ବାଡ଼ି ସରପଞ୍ଚ ନୀଳାଞ୍ଚଳ ପାଢ଼ୀ ଆଜି ଟୀକାକରଣ କୁ ନେଇ ସିଅଳ ସାହିର ପ୍ରମୋଦ କୁମାର ବେହେରା ଙ୍କୁ ତାଙ୍କ ଘରେପଶି ଜାତିଆଣ ଭେଦ କୁ ନେଇ ଗାଳିକରିବା ସହ ମାରଣାତ୍ମକ ଆକ୍ରମଣ କରିଥିବା କୋଦଳା ଥାନାରେ ଅଭିଯୋଗ ହୋଇଛି l ଏତେଲାରେ ଦର୍ଶଯାଇଛି କି ଆଜି ବେରୁଆଁ ବାଡ଼ିରେ ଦିନ ଦଶ ଘଣ୍ଟ ସମୟରେ ଟିକାଦେବାପାଇଁ ସମୟ ନିର୍ଧାରଣ ହୋଇଥିଲା କିନ୍ତୁ ସେଇ ସମୟ ପୂର୍ବରୁ ସମସ୍ତ ଟୋକେନ ଅନ୍ୟ ଲୋକ ମାନଙ୍କୁ ଦିୟା ସରିଥିଲା ଏହା ପରେ କିଛି ଲୋକେ ଆସି ସରପଞ୍ଚ ଙ୍କୁ ପଚାରି ଥିଲେ କିନ୍ତୁ ସରପଞ୍ଚ ଦିଆଯିବ କହି ଜଗିଥାଓ ବୋଲି କହିଥିଲେ l ପ୍ରମୋଦ ନିଜ ଗ୍ରାମରେ ଥିବା କଠୋଘର ବାରଣ୍ଡାରେ ବସିଥିବା ସମୟରେ ସରପଞ୍ଚ ସେଇଠାକୁ ଆସି ଗାଳିଗୁରଜ କରିବା ସହ ପ୍ରମୋଦ ର ଘରକୁ ଡାକି ନେଇ ମାଡମାରିବା ସହ ଏକ ଧାରୁଆ ଅସ୍ତ୍ର ରେ ଆକ୍ରମଣ କରି ସେଠାରୁ ପଳେଇ ଯାଇଥିଲେ l ରକ୍ତ ଜୁଡୁବୁଡୁ ଅବସ୍ଥା ରେ ଗ୍ରାମର କିଛି ଲୋକ ତାଙ୍କୁ କୋଦଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା କରିବା ପରେ କୋଦଳା ଥାନା ରେ ଏନେଇ ଏକ ଏତଲା ଦିୟାଯାଇଛି l ସେଇପଟେ ସରପଞ୍ଚ ଙ୍କୁ ଯୋଗାଯୋଗ କରିବାରୁ ସରପଞ୍ଚ ଏହା ସଂପୂର୍ଣ୍ଣ ଭିତିହୀନ ଏ ନେଇ ସରପଞ୍ଚ ମଧ୍ୟ ଥାନାରେ ଏତଲା ଦେଇଥିବା କହିଛନ୍ତି l ସେଇପଟେ ଗ୍ରାମର ଲୋକ ସରପଞ୍ଚ ଙ୍କ ଏଇପରୀ ଗୁଣ୍ଡା ରାଜ କୁ ତିବ୍ର ନିନ୍ଦା କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ