ସରପଞ୍ଚଙ୍କ ସଟଡାଉନ, ବିଡିଓଙ୍କ ନା

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ସରପଞ୍ଚଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ଦିଆଯାଇଛି । ଏହି କ୍ଷମତା ଦିଆଯିବାର ବହୁ ଦିନ ପରେ ଏବେ ସରପଞ୍ଚମାନେ ଉକ୍ତ କ୍ଷମତାର ପ୍ରୟୋଗ କରୁଛନ୍ତି । ଯେଉଁଠି ସମାଜିକ ଦୂରତ୍ୱ ଉଲ୍ଲଂଘନ ହେଉଛି ସେଠାରେ ସରପଞ୍ଚମାନେ ସଟଡାଉନ ଘୋଷଣା କରୁଛନ୍ତି । ପ୍ରଥମେ ଗଞ୍ଜାମ ଜିଲ୍ଲାର ବୁଗୁଡ଼ାରେ ସରପଞ୍ଚ ଜିଲ୍ଲାପାଳଙ୍କ କ୍ଷମତାର ବ୍ୟବହାର କରି ସଟଡାଉନ ଘୋଷଣା କରିଥିଲେ । ତହିଁ ପରଠାରୁ ଅଧିକାଂଶ ସ୍ଥାନରେ ସରପଞ୍ଚମାନେ ଉକ୍ତ ପନ୍ଥା ଆପଣାଇଛନ୍ତି । ଅଧିକାଂଶ ସ୍ଥାନରେ ସରପଞ୍ଚମାନେ ସଟଡାଉନ ଘୋଷଣା କରୁଛନ୍ତି ।
ତେବେ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ପରେ ସାମ୍ନାକୁ ଆସୁଛି ଖିଟପିଟ । ସରପଞ୍ଚ ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟ ମତାନ୍ତର ଦେଖାଯାଉଛି । ଏହାରି ଭିତରେ ଯାଜପୁର ଜିଲ୍ଲା ଅନ୍ତର୍ଗତ ବଡ଼ଚଣା ବିଡିଓ ଓ ସୁଙ୍ଗୁଡ଼ା ସରପଞ୍ଚଙ୍କ ମଧ୍ୟରେ ଏହା ଘଟିଛି । ଗତକାଲି ସୁଙ୍ଗୁଡ଼ା ସରପଞ୍ଚ ପଞ୍ଚାୟତକୁ ୪୮ ଘଣ୍ଟା ପାଇଁ ସଟଡାଉନ ଘୋଷଣା କରିଥିଲେ । ଚଣ୍ଡିଖୋଲ ବଜାରରେ ଅଧିକ ଭିଡ଼ ହେଉଥିବାରୁ ସରପଞ୍ଚ ସଟଡାଉ ନ ଘୋଷଣା କରିଥିଲେ । ସାମାଜିକ ଦୂରତ୍ୱ ବଜାୟ ରହୁନଥିବା କହି ସରପଞ୍ଚ ସଟଡାଉନ ଘୋଷଣା କରିଥିଲେ ।
ତେବେ ସରପଞ୍ଚ ଏମିତି ସଟଡାଉନ ଘୋଷଣା କରିପାରିବେନି ବୋଲି ବଡ଼ଚଣା ବିଡିଓ କହିଛନ୍ତି । ଏଥିସହ ବ୍ଲକର ସମସ୍ତ ସରପଞ୍ଚଙ୍କୁ ଚିଠି ଲେଖି ବିଡିଓ ସଟଡାଉନ ବିଧି ସମ୍ପର୍କରେ ଜଣାଇଛନ୍ତି । କେବଳ କଣ୍ଟେନମେଣ୍ଟ ଜୋନରେ ସରପଞ୍ଚ ସଟଡାଉନ ଘୋଷଣା କରିପାରିବେ ବୋଲି ବିଡିଓ କହିଛନ୍ତି । ଯଦି କଣ୍ଟେନମେଣ୍ଟରେ କଟକଣା ଉଲ୍ଲଘଂନ ହୁଏ ତେବେ ସରପଞ୍ଚ ଜିଲ୍ଲାପାଳଙ୍କ ଠାରୁ ଅନୁମତି ନେଇ ସଟଡାଉନ କରିପାରିବେ । ଅନ୍ୟଥା ଲୋକଙ୍କୁ ବିଚଳିତ କରିବା ଆବଶ୍ୟକ ନାହିଁ ବୋଲି ବିଡିଓ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ