ସରପଞ୍ଚଙ୍କ ସହଯୋଗରେ ମୁମ୍ବାଇରୁ ଗ୍ରାମକୁ ଫେରିଲା ଶ୍ରମିକଙ୍କ ମୃତଦେହ

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ଥାନା ଅନ୍ତର୍ଗତ ପାଣ୍ଡିରୀପଡା ପଞ୍ଚାୟତର ରାଇପଡ଼ା ଗ୍ରାମର ସାଗର ପ୍ରଧାନ(୨୧) ମୁମ୍ବାଇ ସହରରେ ଶ୍ରମିକ ଭାବେ କାମ କରୁଥିବା ବେଳେ ମୃତ୍ୟୁ ଘଟିଛି । ଭଗବାନ ପ୍ରଧାନଙ୍କ ପୁଅ ସାଗର ବାଣପୁରର ଜଣେ ଠିକାଦାରଙ୍କ ସହଯୋଗରେ ମୁମ୍ବାଇରେ କାମ କରୁଥିଲେ । କୌଣସି କାରଣରୁ ଯୋଗୁଁ ସାଗର ନିଜେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ନେଇ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା । ମୁମ୍ବାଇ ସହରରେ ଏକ ମେଡିକାଲରେ ଶବ ବ୍ୟବଚ୍ଛେଦ ପରେ ପାଣ୍ଡିରିପଡ଼ା ସରପଞ୍ଚ ରଘୁନାଥ ଭୂୟାଁଙ୍କ ସହଯୋଗରେ ମୃତଦେହକୁ ମୁମ୍ବାଇରୁ ଆମ୍ବୁଲାନ୍ସ ଯୋଗେ ଗ୍ରାମକୁ ଅଣାଯାଇ ସତ୍କାର କରାଯାଇଥିଲା। ପାଣ୍ଡିରିପଡ଼ା ସରପଞ୍ଚ ରଘୁନାଥ ଭୂୟାଁ ଠିକାଦାରଙ୍କୁ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଦାବି କରିବା ପରେ ସଂପୃକ୍ତ ଠିକାଦାର ମୃତକଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦେଇଥିଲେ । ଏକ ଶୋକାକୁଳ ପରିବେଶରେ ସାଗରଙ୍କ ମର ଶରୀରକୁ ଶ୍ମଶାନରେ ସତ୍କାର କରାଯାଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ