ସରପଞ୍ଚମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା

ଭୁବନେଶ୍ବର : ସରପଞ୍ଚ ମାନଙ୍କ ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ୫୦ ଲକ୍ଷ ସହାୟତା ବର୍ଗରେ ସରପଞ୍ଚମାନଙ୍କୁ ସାମିଲ୍‌ କରାଯାଇଥିବାର ଘୋଷଣା କରାଯାଇଛି । ଟୁଇଟ୍‌ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।
ତୃଣମୂଳସ୍ତରରେ ସରପଞ୍ଚମାନେ ମହତ୍ତ୍ବପୂର୍ଣ୍ଣ କାମ କରୁଛନ୍ତି। ସଙ୍ଗରୋଧ କେନ୍ଦ୍ର ପରିଚାଳନାରେ ଉତ୍ସର୍ଗୀକୃତ କାର୍ଯ୍ୟ କରୁଛନ୍ତି ସରପଞ୍ଚମାନେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସରପଞ୍ଚମାନେ ଆଗ ଧାଡିର କୋଭିଡ୍‌ ଯୋଦ୍ଧା ବୋଲି ଅଭିହିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରିବାରର ହିତ ପାଇଁ ୫୦ ଲକ୍ଷ ସହାୟତା ରାଶିରେ ସରପଞ୍ଚଙ୍କୁ ଅନ୍ତର୍ଭୁକ୍ତ କରାଯିବା ନେଇ ଘୋଷଣା କରାଯାଇଛି । ସଙ୍ଗରୋଧ କେନ୍ଦ୍ର, କୋଭିଡ୍‌ ହସ୍ପିଟାଲରେ ନିୟୋଜିତ ଲୋକ ବି କରୋନା ଯୋଦ୍ଧା । ସେମାନଙ୍କ ପରିବାରକୁ ମଧ୍ୟ ଏହି ସହାୟତା ରାଶି ପ୍ରଦାନ କରାଯିବ ବୋଲି ସୂଚନା ରହିଛି । ସୂଚନାଯୋଗ୍ୟ, କୋଭିଡ୍‌-୧୯ ପରିଚାଳନା ପାଇଁ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ