ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କ ରୋଡ ସୋ ରେ ପ୍ରଚାର ଶେଷ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) :-କୋଣାର୍କ ନିକଟସ୍ଥ ସୁତନ ଓ ମହଲପଡା ଗ୍ରାମପଞ୍ଚାୟତରେ ସରପଞ୍ଚ ଓ ସମିତି ସଭ୍ୟ ଙ୍କ ପ୍ରଚାରର ଶେଷ ଦିନରେ ଏକ ରୋଡସୋ ମାଧ୍ୟମରେ ଭୋଟର ମାନଙ୍କୁ ଭୋଟ ଭିକ୍ଷା କରିଛନ୍ତି । ଚଳିତ ତ୍ରିସ୍ତରୀୟ ଗ୍ରାମପଞ୍ଚାୟତ ନିର୍ବାଚନରେ ସୁତନ ଗ୍ରାମ ପଞ୍ଚାୟତରେ ୩ଜଣ ସରପଞ୍ଚ ଓ ୪ଜଣ ସମିତି ସଭ୍ୟ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବର୍ତୀନ ହୋଇଛନ୍ତି । ଏହି ଗ୍ରାମପଞ୍ଚାୟତର ମତଦାତାଙ୍କ ସଂଖ୍ୟା ପ୍ରାୟ ୫ହଜାର ଏବଂ ଓ୍ବାର୍ଡ ସଂଖ୍ୟା ୧୧।ଏହି ଗ୍ରାମପଞ୍ଚାୟତରେ ସ୍ୱାଧୀନ ସରପଞ୍ଚ ପ୍ରାର୍ଥୀନି ପ୍ରତିମା ସାହୁ ଓ ସମିତି ସଭ୍ୟ ପ୍ରାର୍ଥୀ ସୁବାସ ଚନ୍ଦ୍ର ବାରିକ ରୋଡ଼ ସୋ କରୁଥିବା ବେଳେ ସେହିପରି ବିଜେପି ସରପଞ୍ଚ ପ୍ରାଥିନି ସନ୍ଧ୍ୟାରାଣୀ ଜେନା ଓ ସମିତି ସଭ୍ୟ ପ୍ରାଥି ଜଗଦିଶ ବେହେରା ମଧ୍ୟ ପୁରୁଖା ନେତା ମାନଙ୍କୁ ଧରି ଜୋରଦାର ରୋଡ଼ ସୋ କରିଥିଲେ ।ସେହିପରି ଭାବେ ମହଲପଡା ପଂଚାୟତରେ ୫ ଜଣ ସରପଞ୍ଚ ଓ ୪ ଜଣ ସମିତି ସଭ୍ୟ ପ୍ରାଥି ନିର୍ବାଚନ ରଣାଙ୍ଗନ ରେ ଅବର୍ତୀନ ହୋଇଛନ୍ତି । ଏହି ମହଲପଡା ଗ୍ରାମ ପଞ୍ଚାୟତରେ ୧୮ଗୋଟି ୱାର୍ଡ ଥିବାବେଳେ ମତଦାତା ଙ୍କ ସଂଖ୍ୟା ୫୦୧୫ ରହିଛି । ଏହି ମହଲପଡା ଗ୍ରାମ ପଞ୍ଚାୟତରେ ବିଜେଡି ସମର୍ଥିତ ସରପଞ୍ଚ ପ୍ରାଥି ଶୀର୍ଷରଞ୍ଜନ ନାୟକ , ସମିତି ସଭ୍ୟ ପ୍ରାଥି ବିଜୟ କୁମାର ନାୟକ ଓ ସ୍ୱାଧୀନ ସରପଞ୍ଚ ପ୍ରାଥି ଭାବେ ଲଢ଼ୁଥିବା ସୁକାନ୍ତ କୁମର ନାୟକ , ସମିତି ସଭ୍ୟ ରବିନାରାୟଣ ପତି ଭୋଟର ମାନଙ୍କ ଅକୁଣ୍ଠ ସମର୍ଥନ ରହିଥିବା ରୋଡସୋ ଅବସରରେ ପ୍ରାଥି ପ୍ରକାଶ କରିଛନ୍ତି । ସୁତନ ଓ ମହଲପଡା ଗ୍ରାମ ପଞ୍ଚାୟତକୁ ଦୁର୍ନୀତି ଓ ଭ୍ରଷ୍ଟାଚାର ମୁକ୍ତ ଆଦର୍ଶ ପଂଚାୟତ ଭାବେ ଗଢି ତୋଳିବା ପାଇଁ ଭୋଟର ମାନଙ୍କ ସହଯୋଗ ଓ ଆର୍ଶୀବାଦ ଭିକ୍ଷା କରି ସରପଞ୍ଚ ପ୍ରାଥି ଓ ସମିତି ସଭ୍ୟ ପ୍ରାର୍ଥୀ ନିଜ ନିଜର ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜିତାଇବାକୁ ଭୋଟର ମାନଙ୍କୁ ନିବେଦନ କରିଛନ୍ତି । ଏହି ଗ୍ରାମପଞ୍ଚାୟତରେ ପ୍ରଚାରର ଶେଷ ଦିନରେ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କ ରୋଡସୋରୁ ପ୍ରତୀୟମାନ ହେଉଛି ସେମାନଙ୍କ ପ୍ରତି ଭୋଟର ମାନଙ୍କ ବିପୁଳ ସମର୍ଥନ। ଆସନ୍ତା ୧୮ ତାରିଖରେ ଏହି ୨ ଗ୍ରାମପଞ୍ଚାୟତରେ ମତଦାନ ଅନୁଷ୍ଠିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ